ନୂଆଦିଲ୍ଲୀ: ଚେକ୍ ବାଉନ୍ସ ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବା ଓ ଅଭିଯୋଗକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଆଗତ ହୋଇଥିବା ବିଲ୍ ଲୋକସଭାର ଅନୁମୋଦନ ହାସଲ କରିଛି।
ନୋଗୋସିଏବଲ୍ ଇନଷ୍ଟମେଣ୍ଟ୍ (ସଂଶୋଧିତ) ବିଲ୍ ଆଜି ବାଚନିକ ଭୋଟ୍ରେ ପାରିତ ହୋଇଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ଏହି ବିଲ୍କୁ ଉପସ୍ଥାପନ କରିଥିଲେ। ସେ କହିଲେ, ଏହି ବିଲ୍ ଚେକ୍ ସମ୍ପର୍କିତ ସମସ୍ୟା ସଂଖ୍ୟା କମ୍ କରିବ। ଏଥି ସହିତ ଚେକ୍ ଓ ବ୍ୟାଙ୍କିଙ୍ଗ୍ ଶିଳ୍ପ ପ୍ରତି ଲୋକମାନଙ୍କ ରହିଥିବା ବିଶ୍ୱାସକୁ ଆହୁରି ମଜବୁତ କରିବ। ଚେକ୍ ବାଉନ୍ସ ମାମଲାରେ ହେଉଥିବା ଅହେତୁକ ବିଳମ୍ବକୁ ଏହି ବିଲ୍ ଦୂର କରିବ। ଏହି ବିଲ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ, ଅଭିଯୋଗୀକାରୀଙ୍କୁ ଚେକ୍ ପଠାଇଥିବା ବ୍ୟକ୍ତି ସୁଧ ସହିତ କ୍ଷତିପୂରଣ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦେଶ ଦେଇପାରିବେ।
ଚେକ୍ ବାଉନ୍ସ ମାମଲାର ଶୀଘ୍ର ସମାଧାନ ହେବ
/sambad/media/post_attachments/wp-content/uploads/2018/07/oil-tax-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)