ମାଲ୍ୟାଙ୍କ ବିରୋଧରେ ଇଡିର ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ: ଦେଶ ଛାଡ଼ି ଚାଲିଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ନୂଆ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅଭିଯୋଗ ଆଧାରରେ ଏହି ଚାର୍ଜସିଟ୍‌ ଦାଖଲ ହୋଇଛି। ଷ୍ଟେଟ୍‌ ବ୍ୟାଙ୍କ ସମେତ ବିଭିନ୍ନ ବ୍ୟାଙ୍କରୁ ମାଲ୍ୟା ୨୦୦୫ରୁ ୨୦୧୦ ମଧ୍ୟରେ ୬୦୦୦ରୁ ଅଧି କୋଟି ଟଙ୍କାର ଋଣ ନେଇଥିଲେ। କିନ୍ତୁ ତାହାକୁ ପରିଶୋଧ କରିନାହାନ୍ତି। ଇଡି ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ବିଜୟ ମାଲ୍ୟା, କିଙ୍ଗଫିସର ଏୟାରଲାଇନ୍ସ ଓ ମଦ କଂପାନି ୟୁନାଇଟେଡ୍‌ ବ୍ରିେଓ୍ଵରିଜ୍‌ର ନାମ ରହିଛି।

ସମ୍ବନ୍ଧିତ ଖବର