ନୂଆଦିଲ୍ଲୀ: ଭାରତରେ ଖୁବ୍ ଶୀଘ୍ର ଲଞ୍ଚ୍ ହୋଇପାରେ ରେନୋଳ୍ଟ କମ୍ପାନିର ଇଲେକ୍ଟ୍ରିକ୍ କାର୍। ଏହି କାର୍ଟିର ନାମ ରେନ୍ଲଟ୍ ଜେଡଓଇ। ଏହି କାର୍ଟିକୁ ଚଳିତବର୍ଷ ଫେବ୍ରୁଆରିରେ ଭାରତରେ ଲଞ୍ଚ୍ କରାଯାଇପାରେ ବୋଲି ଆଶା ରହିଛି। କମ୍ପାନି ପକ୍ଷରୁ ଜାଣିବାକୁ ମିଳିଛି ଯେ ଏହି କାର୍ଟିକୁ ଥରେ ମାତ୍ର ପୂରା ଚାର୍ଜ କଲେ ଏହା ୩୦୦ କିଲୋମିଟର ରାସ୍ତା ଚାଲିବ। ଏହାକୁ ପୂର୍ବରୁ ଟେଷ୍ଟିଂ ପାଇଁ ଥରେ ଭାରତକୁ ଅଣାଯାଇଥିଲା। ଚାର୍ଜ କରିବା ପାଇଁ ସେମିତି ବେଶି ସମୟ ବି ଲାଗୁ ନାହିଁ ବୋଲି ଜାଣିବାକୁ ମିଳିଛି। ମାତ୍ର ୬୫ ମିନିଟ୍ରେ ଏହର ବ୍ୟାଟେରି ୮୦ ପ୍ରତିଶତ ଚାର୍ଜ ହୋଇଯାଉଛି।
କମ୍ପାନି ପକ୍ଷରୁ ଜାଣିବାକୁ ମିଳିଛି ଯେ ୮ ରୁ ୯ ଘଣ୍ଟା ଚାର୍ଜରେ ବସାଇଲେ ଯାଇ କାର୍ଟି ସଂପୂର୍ଣ୍ଣ ଚାର୍ଜ ହୋଇପାରିବ। କାର୍ ଭିତରେ ୪୧ କିଲୋଓ୍ଵାଟ୍ର ବ୍ୟାଟେରି ଖଞ୍ଜାଯାଇଛି। ଏହାକୁ ଅନ୍/ଅଫ୍ କରିବା ପାଇଁ ଏକ ପୁସ୍ ବଟନ୍ ରହିଛି। ଏହି ଗାଡ଼ିରେ ଆରାମରେ ୫ଜଣ ବସି ଯାତ୍ରା କରିପାରିବେ। ଏଥିରେ କେତକ ଉନ୍ନତ କୌଶଳ ମଧ୍ୟ ରହିଛି। ସୁରକ୍ଷା ଦୃଷ୍ଟିରୁ କାର୍ଟି ଖୁବ୍ ଭଲ। ଏଥିରେ ଫ୍ରି କୁଲଂ ସିଷ୍ଟମ୍ ମଧ୍ୟ ରହିଛି। ସୂଚନା ରହିଛି ଯେ ଭାରତରେ ଏହି କାର୍ର ମୂଲ୍ୟ ପାଖାପାଖି ୮ ରୁ ୧୦ ଲକ୍ଷ ମଧ୍ୟରେ ରହିପାରେ।