ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ପରୀକ୍ଷା‌ ଘୁଞ୍ଚିଲା

ନୂଆଦିଲ୍ଲୀ,: ଏପ୍ରିଲ ଓ ମେ ମାସରେ ଦେଶରେ ସାଧାରଣ ନିର୍ବାଚନ ହେବା ନେଇ ଘୋଷଣା ପରେ ଆଇସିଏଆଇ ପକ୍ଷରୁ ଆସନ୍ତା ମେ ମାସରେ ହେବାକୁ ଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ମେ ୨ରୁ ମେ ୧୭ ମଧ୍ୟରେ ଏହି ପରୀକ୍ଷା ହେବାକୁ ପୂର୍ବରୁ ଧାର୍ଯ୍ୟ କରାଯାଇଥିବାବେଳେ ଏବେ ଏହାକୁ ମେ ୨୭ରୁ ଜୁନ୍ ୧୨ ମଧ୍ୟରେ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଆଇସିଏଆଇ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି।

ସମ୍ବନ୍ଧିତ ଖବର