ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍ଜିପିଟି ମଣିଷ ଭଳି ଅବିକଳ କାର୍ଯ୍ୟ କରିପାରିବନି ବୋଲି ଯେଉଁମାନେ କହୁଛନ୍ତି ସେମାନେ କିଛି ଭୁଲ କହୁନାହାନ୍ତି। ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ତେଣୁ ଶିକ୍ଷାଦାନ କ୍ଷେତ୍ରରେ ଚାଟ୍ଜିପିଟିକୁ ବ୍ୟବହାର କରିବା ଲାଗି ଚାଲିଥିବା ବିତର୍କକୁ ଏହି ପରୀକ୍ଷାର ନିର୍ଯ୍ୟାସ ନୂଆ ଦିଗ ପ୍ରଦାନ କରିବ ବୋଲି କୁହାଯାଉଛି। ଚାଟ୍ଜିପିଟି ଉପରେ ଆଖିବୁଜା ବିଶ୍ବାସ କରିହେବନାହିଁ ବୋଲି ଏଥିରୁ ଜଣାପଡ଼ୁଛି।
ବହୁ ଚର୍ଚ୍ଚିତ ଚାଟ୍ଜିପିଟି ଆକଉଣ୍ଟିଂ ପରୀକ୍ଷାରେ କିଭଳି ପ୍ରଦର୍ଶନ କରୁଛି ତାହା ଜାଣିବା ଲାଗି ଆମେରିକାର ବ୍ରିଗ୍ହାମ୍ ୟଙ୍ଗ୍ ୟୁନିଭର୍ସିଟି ଓ ଅନ୍ୟ ୧୮୬ଟି ବିଶ୍ବବିଦ୍ୟାଳୟର ଗବେଷକମାନେ ଜାଣିବାକୁ ଚାହିଥିଲେ। ସେମାନେ କରିଥିବା ସର୍ବେକ୍ଷଣ ସମ୍ପର୍କିତ ରିପୋର୍ଟ ‘ଆକାଉଣ୍ଟିଂ ଏଜୁକେସନ’ରେ ପ୍ରକାଶ ପାଇଛି। ଟିକସ, ଆର୍ଥିକ ଓ ପ୍ରବନ୍ଧକ ଅନୁଶୀଳନ ପରୀକ୍ଷାରେ ଚାଟ୍ଜିପିଟି ଖରାପ ପ୍ରଦର୍ଶନ କରିଥିଲା। ସବୁ ପ୍ରଶ୍ନର ଠିକ୍ ଉତ୍ତର ଦେଇପାରିନଥିଲା। ଗଣିତ ପ୍ରକ୍ରିୟା ଉପରେ ଚାଟ୍ଜିପିଟିର ଭଲ ଦଖଲ ନଥିବାରୁ ତାହା ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲା ବୋଲି ଗବେଷକମାନେ ଭାବୁଛନ୍ତି। ମିଶାଣ, ଫେଡ଼ାଣ, ଗୁଣନ, ହରଣ ଆଦିରେ ଚାଟ୍ଜିପିଟି ଅତି ସାଧାରଣ ଭୁଲ କରୁଛି। ଠିକ୍/ ଭୁଲ୍ ପ୍ରଶ୍ନରେ ଚାଟ୍ଜିପିଟି ୬୮.୭ ପ୍ରତିଶତ ଓ ମଲ୍ଟିପଲ୍-ଚଏସ୍ ପ୍ରଶ୍ନରେ ୫୯.୫ ପ୍ରତିଶତ ଭଳି ଉତ୍ତମ ପ୍ରଦର୍ଶନ କରିଥିଲା। କ୍ଷୁଦ୍ର ପ୍ରଶ୍ନୋତ୍ତରରେ ତାହାର ପ୍ରଦର୍ଶନ ୨୮.୭ ପ୍ରତିଶତରୁ ୩୯.୧ ପ୍ରତିଶତ ଭିତରେ ଥିଲା। କେତେକ ପ୍ରଶ୍ନର ଉତ୍ତର ଭୁଲ ରହିବା ସତ୍ତ୍ବେ ଚାଟ୍ଜିପିଟି ତାହାକୁ ଅଧିକ ବ୍ୟାଖ୍ୟା କରିଥିଲା। ଆଉ କେତେକ ଉତ୍ତରକୁ ସଠିକ୍ ବ୍ୟାଖ୍ୟା କରିବା ସତ୍ତ୍ବେ ଏହା ମଲ୍ଟି-ପଲ୍ ଚଏସ୍ର ଭୁଲ ବିକଳ୍ପ ଚୟନ କରିଥିଲା।
ଆଶ୍ଚର୍ଯ୍ୟର ବିଷୟ ହେଉଛି ଚାଟ୍ଜିପିଟିକୁ ୨୫,୧୮୧ ଆକାଉଣ୍ଟିଂ ପରୀକ୍ଷା ପ୍ରଶ୍ନ ଓ ୨,୨୬୮ଟି ଆକାଉଣ୍ଟିଂ ପୁସ୍ତକ ଆଦି ବିଷୟରେ ପୂର୍ବରୁ ବିଭିନ୍ନ ଉପାୟରେ ଅବଗତ କରାଯାଇଥିଲା। ତା’ ସତ୍ତ୍ବେ ଏହା ପରୀକ୍ଷାରେ ବହୁ ତ୍ରୁଟି କରିଥିଲା। କିଛି ପ୍ରଶ୍ନର ଏହା ଏଭଳି ଉତ୍ତର ଦେଉଥିଲା ତାହା ଠିକ ଦେଖାଯାଉଥିଲା, କିନ୍ତୁ ସମ୍ପୂର୍ଣ୍ଣ ଠିକ୍ ରହୁନଥିଲା। କେତେକ ଲେଖକଙ୍କ ବିଷୟରେ ଯାହା ଜଣାଉଥିଲା ସେଭଳି ଲେଖକ କେହି ନଥିବା ପରବର୍ତୀ ସମୟରେ ଜଣାପଡ଼ିଥିଲା।ନୂଆଦିଲ୍ଲୀ, ୨୩/୪: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍ଜିପିଟି ମଣିଷ ଭଳି ଅବିକଳ କାର୍ଯ୍ୟ କରିପାରିବନି ବୋଲି ଯେଉଁମାନେ କହୁଛନ୍ତି ସେମାନେ କିଛି ଭୁଲ କହୁନାହାନ୍ତି। ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ତେଣୁ ଶିକ୍ଷାଦାନ କ୍ଷେତ୍ରରେ ଚାଟ୍ଜିପିଟିକୁ ବ୍ୟବହାର କରିବା ଲାଗି ଚାଲିଥିବା ବିତର୍କକୁ ଏହି ପରୀକ୍ଷାର ନିର୍ଯ୍ୟାସ ନୂଆ ଦିଗ ପ୍ରଦାନ କରିବ ବୋଲି କୁହାଯାଉଛି। ଚାଟ୍ଜିପିଟି ଉପରେ ଆଖିବୁଜା ବିଶ୍ବାସ କରିହେବନାହିଁ ବୋଲି ଏଥିରୁ ଜଣାପଡ଼ୁଛି।
ବହୁ ଚର୍ଚ୍ଚିତ ଚାଟ୍ଜିପିଟି ଆକଉଣ୍ଟିଂ ପରୀକ୍ଷାରେ କିଭଳି ପ୍ରଦର୍ଶନ କରୁଛି ତାହା ଜାଣିବା ଲାଗି ଆମେରିକାର ବ୍ରିଗ୍ହାମ୍ ୟଙ୍ଗ୍ ୟୁନିଭର୍ସିଟି ଓ ଅନ୍ୟ ୧୮୬ଟି ବିଶ୍ବବିଦ୍ୟାଳୟର ଗବେଷକମାନେ ଜାଣିବାକୁ ଚାହିଥିଲେ। ସେମାନେ କରିଥିବା ସର୍ବେକ୍ଷଣ ସମ୍ପର୍କିତ ରିପୋର୍ଟ ‘ଆକାଉଣ୍ଟିଂ ଏଜୁକେସନ’ରେ ପ୍ରକାଶ ପାଇଛି। ଟିକସ, ଆର୍ଥିକ ଓ ପ୍ରବନ୍ଧକ ଅନୁଶୀଳନ ପରୀକ୍ଷାରେ ଚାଟ୍ଜିପିଟି ଖରାପ ପ୍ରଦର୍ଶନ କରିଥିଲା। ସବୁ ପ୍ରଶ୍ନର ଠିକ୍ ଉତ୍ତର ଦେଇପାରିନଥିଲା। ଗଣିତ ପ୍ରକ୍ରିୟା ଉପରେ ଚାଟ୍ଜିପିଟିର ଭଲ ଦଖଲ ନଥିବାରୁ ତାହା ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲା ବୋଲି ଗବେଷକମାନେ ଭାବୁଛନ୍ତି। ମିଶାଣ, ଫେଡ଼ାଣ, ଗୁଣନ, ହରଣ ଆଦିରେ ଚାଟ୍ଜିପିଟି ଅତି ସାଧାରଣ ଭୁଲ କରୁଛି। ଠିକ୍/ ଭୁଲ୍ ପ୍ରଶ୍ନରେ ଚାଟ୍ଜିପିଟି ୬୮.୭ ପ୍ରତିଶତ ଓ ମଲ୍ଟିପଲ୍-ଚଏସ୍ ପ୍ରଶ୍ନରେ ୫୯.୫ ପ୍ରତିଶତ ଭଳି ଉତ୍ତମ ପ୍ରଦର୍ଶନ କରିଥିଲା। କ୍ଷୁଦ୍ର ପ୍ରଶ୍ନୋତ୍ତରରେ ତାହାର ପ୍ରଦର୍ଶନ ୨୮.୭ ପ୍ରତିଶତରୁ ୩୯.୧ ପ୍ରତିଶତ ଭିତରେ ଥିଲା। କେତେକ ପ୍ରଶ୍ନର ଉତ୍ତର ଭୁଲ ରହିବା ସତ୍ତ୍ବେ ଚାଟ୍ଜିପିଟି ତାହାକୁ ଅଧିକ ବ୍ୟାଖ୍ୟା କରିଥିଲା। ଆଉ କେତେକ ଉତ୍ତରକୁ ସଠିକ୍ ବ୍ୟାଖ୍ୟା କରିବା ସତ୍ତ୍ବେ ଏହା ମଲ୍ଟି-ପଲ୍ ଚଏସ୍ର ଭୁଲ ବିକଳ୍ପ ଚୟନ କରିଥିଲା।
ଆଶ୍ଚର୍ଯ୍ୟର ବିଷୟ ହେଉଛି ଚାଟ୍ଜିପିଟିକୁ ୨୫,୧୮୧ ଆକାଉଣ୍ଟିଂ ପରୀକ୍ଷା ପ୍ରଶ୍ନ ଓ ୨,୨୬୮ଟି ଆକାଉଣ୍ଟିଂ ପୁସ୍ତକ ଆଦି ବିଷୟରେ ପୂର୍ବରୁ ବିଭିନ୍ନ ଉପାୟରେ ଅବଗତ କରାଯାଇଥିଲା। ତା’ ସତ୍ତ୍ବେ ଏହା ପରୀକ୍ଷାରେ ବହୁ ତ୍ରୁଟି କରିଥିଲା। କିଛି ପ୍ରଶ୍ନର ଏହା ଏଭଳି ଉତ୍ତର ଦେଉଥିଲା ତାହା ଠିକ ଦେଖାଯାଉଥିଲା, କିନ୍ତୁ ସମ୍ପୂର୍ଣ୍ଣ ଠିକ୍ ରହୁନଥିଲା। କେତେକ ଲେଖକଙ୍କ ବିଷୟରେ ଯାହା ଜଣାଉଥିଲା ସେଭଳି ଲେଖକ କେହି ନଥିବା ପରବର୍ତୀ ସମୟରେ ଜଣାପଡ଼ିଥିଲା।