ୱାସିଂଟନ : ଆଇଫୋନ୍ ନିର୍ମାତା ଆପଲ୍‌ ପକ୍ଷରୁ ଏହାର କର୍ମଚାରୀମାନଙ୍କ ଲାଗି ଚାଟ୍‌ଜିପିଟିକୁ ନିଷିଦ୍ଧ କରାଯାଇଛି। କଂପାନିର କୌଣସି କର୍ମଚାରୀ କୌଣସି ପ୍ରକାର ଏଆଇ ଟୁଲ୍‌କୁ ବ୍ୟବହାର କରିପାରିବେ ନାହିଁ। ଏ‌ଆଇ ବ୍ୟବହାର ହେଲେ ଗୋପନୀୟତା ପ୍ରଭାବିତ ହେବାର ଆଶଙ୍କା ଥିବାରୁ କଂପାନି ଏଭଳି ପଦକ୍ଷେପ ନେଇଛି। ସେହିପରି ଆଉ ଏକ ଖବର ଅନୁସାରେ ବିଭିନ୍ନ ସରକାରଙ୍କ ଅନୁରୋଧକ୍ରମେ ଆପଲ୍‌ ୨୦୨୨ରେ ସାରା ବିଶ୍ବରେ ୧୪୭୪ ଆପ୍‌କୁ ହଟାଇଛି। ଭାରତରେ କଂପାନି ୧୪ଟି ଆପ୍‌କୁ ହଟାଇଥିବା ପ୍ରକାଶ କରିଛି। ଚୀନ୍‌ରେ ଏହା ସର୍ବାଧିକ ୧୪୩୫ଟି ଆପ୍‌କୁ ହଟାଇିବା ଜଣାଇଛି।