ନୂଆଦିଲ୍ଲୀ: ହ୍ଵାଟସ୍ଆପ୍ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ହ୍ଵାଟସ୍ ଆପ୍ ଜରିଆରେ ଆପଣ ସାଙ୍ଗମାନଙ୍କ ସହିତ ଟେକ୍ସଟ୍, ମେସେଜ ଓ ଭିଡିଓ ଆଦି ସେୟାର କରିଥାଆନ୍ତି। ଏହା ଖୁବ୍ ସହଜ ଓ ସୁବିଧା ମଧ୍ୟ ହୋଇଥାଏ। ନିକଟରେ ଏଥିପାଇଁ ହ୍ଵାଟସ୍ ଆପ୍ ‘ଲାଷ୍ଟ ସିନ୍’କୁ ଲୁଚାଇବା ଭଳି ଫିଚର ଆଣିଥିଲା। ନିକଟରେ ଏଭଳି ଏକ ଆପ୍ ବାହାରିଛି, ଯାହା ମାଧ୍ୟମରେ ସିକ୍ୟୁରିଟି ଫିଚର ବ୍ୟବହାର କରିବା ସତ୍ତ୍ୱେ ଆପଣଙ୍କ ଫୋନ୍ କଣ୍ଟାକ୍ଟରେ ଥିବା ହ୍ଵାଟସ୍ଆପ୍ ସାଙ୍ଗମାନେ ଆପଣଙ୍କ ଉପରେ ନଜର ରଖିପାରିବେ।
ଏହି ଆପ୍ର ନାମ ‘ଚାଟଓ୍ଵାଚ’। ଏହି ଆପ୍ ଜରିଆରେ ଆପଣ ହ୍ଵାଟସ୍ ଆପ୍ରେ କେତେବେଳେ ଅନ୍ଲାଇନ୍ ଅଛନ୍ତି ତାହା ସୂଚିତ ହୋଇଯିବ। ‘ଚାଟଓ୍ଵାଚ୍’ ଆପ୍ ହ୍ଵାଟସ୍ ଆପ୍ର ପବ୍ଲିକ୍ ଅନ୍ଲାଇନ୍ ଓ ଅଫଲାଇନ୍ ଷ୍ଟାଟସ୍ ଫିଚରର ବ୍ୟବହାର କରିଥାଏ। ଏହା ଜରିଆରେ ଆପଣଙ୍କ ଫୋନ୍ କଣ୍ଟାକ୍ଟରେ ଥିବା ଲୋକମାନେ ଜାଣି ପାରିବେ ଆପଣ ପ୍ରତିଦିନ କେତେକ ବେଳେ ହ୍ଵାଟସ୍ଆପ୍ରେ ଅନ୍ଲାଇନ୍ ହେଉଛନ୍ତି। କେବଳ ଏତିକି ନୁହେଁ ଏହି ଆପ୍ ସୂଚାଇ ଦେବ କି ଆପଣ ଦୁଇଟି ଭିନ୍ନ ଭିନ୍ନ ହ୍ଵାଟସ୍ ଆପ୍ ନମ୍ବରରେ ଚାଟ କରୁଛନ୍ତି କି ନାହିଁ। ଏପରି କି ଆର୍ଟଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଆପଣ ଆପଣଙ୍କର ପରିଚିତ ଲୋକଙ୍କ ଚାଟ ପାର୍ଟନ ବି ଜାଣିପାରିବେ।
କମ୍ପାନିର ଦାବି ଅନୁଯାୟୀ, ‘ଚାଟଓ୍ଵାଚ୍’ ବ୍ୟବହାର କରି ଆପଣ ନିଜ ସାଙ୍ଗ, ପରିବାର ଓ କର୍ମଚାରୀଙ୍କ ହ୍ଵାଟସ୍ ଆପ୍ରେ ଅନ୍ଲାଇନ୍ ଓ ଅଫଲାଇନ୍ ଆକ୍ଟିଭିଟି ଉପରେ ନଜର ରଖି ପାରିବେ। ଯଦି ବି ସେମାନେ ଲାଷ୍ଟ ସିନ୍କୁ ଲୁଚାଇ ରଖିଛନ୍ତି ତେବେ ବି ଆପଣ ଜାଣି ପାରିବେ ସେ କେତେବେଳେ ଅନ୍ଲାଇନ୍ ହୋଇଛନ୍ତି।
ଏକ ରିପୋର୍ଟ ମୁତାବକ, ଭାରତରେ ଏହି ଆପକୁ ଆଣ୍ଡ୍ରୋଏଡରେ ବ୍ୟବହାର କରିବାକୁ ହେଲେ ପାଖାପାଖି ୧୪୦ଟଙ୍କା ଦେବାକୁ ପଡ଼ିବ। ଏହି ଆପ୍ ରେଜେଲ୍ଟ ଦେବା ପାଇଁ ପାଖାପାଖି ୨୪ଘଣ୍ଟାର ସମୟ ନେଇଥାଏ। ନିକଟରେ ଆପେଲ ନିଜର ଆପ୍ ଷ୍ଟୋରରୁ ଏହି ଆପ୍କୁ ହଟାଇ ଦେଇଛି। କିନ୍ତୁ ଗୁଗୁଲ ପ୍ଲେ ଷ୍ଟୋରରେ ବ୍ୟବହାରକାରୀ ଏହି ଆପ୍କୁ ଡାଉନ୍ଲୋଡ କରି ପାରିବେ।