ଶସ୍ତା ୪ଜି ଫୋନ୍‌ ଲଢ଼େଇ: ଜାଣନ୍ତୁ କେଉଁ ୪ଜି ଫୋନ୍‌ର ଦାମ କେତେ!

କିଛି ଦିନ ହେଲା ମୋବାଇଲ ବଜାରରେ ଆରମ୍ଭ ହୋଇଛି ଶସ୍ତା ୪ଜି ଫୋନ ଲଂଚିଂ ଋତୁ। ସର୍ବ ପ୍ରଥମେ ରିଲାଏନ୍‌ସ ଜିଓ ୪ଜି ଫିଚର ଫୋନ ଲଂଚ କରିଥିଲା। ଏହାପରେ ଦେଶର ସବୁଠାରୁ ବଡ ଟେଲିକମ କଂପାନୀ ଭାରତୀ ଏୟାରଟେଲ ମଧ୍ୟ କାର୍ବନ ସହ ଭାଗିଦାରୀ କରି କାର୍ବନ ଏ୪୦ ଇଣ୍ଡିଆନ ଲଂଚ କରିଥିଲା। ଏବେ ଏୟାରଟେଲ ସେଲକୋନ କଂପାନୀ ସହିତ ମିଶି ସେଲକୋନ ସ୍ମାର୍ଟ ୪୦ ଫୋନ ଲଂଚ କରିଛି। ତେଣୁ ଆଜି ଆମେ ଏହି ଖବର ମାଧ୍ୟମରେ ଜିଓଫୋନ ଏବଂ ସେଲକୋନ ସ୍ମାର୍ଟ ୪ଜି ଫୋନ ସଂପର୍କରେ ବିସ୍ତାର ଭାବେ ଜଣାଇବାକୁ ଯାଉଛୁ ଯାହାଦ୍ୱାରା ଆପଣ ଜାଣି ପାରିବେ କି ଆପଣଙ୍କ ପାଇଁ କେଉଁ ମୋବାଇଲଟି ଭଲ ଅଟେ।

ସୂଚନା ମୁତାବକ, ଜିଓଫୋନର ଲଂଚିଂ ପରେ ପରେ ହିଁ ମୋବାଇଲ ବଜାରରେ ହଟଚମଟ ଖେଳି ଯାଇଛି। ବର୍ତ୍ତମାନ ସମୟରେ ଟେଲିକମ କଂପାନୀଗୁଡିକ କୌଣସି ନା କୌଣସି ଫୋନ ତିଆରି କଂପାନୀମାନଙ୍କ ସହ ମିଶି ଶସ୍ତା ୪ଜି ଫୋନ ଲଂଚ କରିବାରେ ଲାଗିଛନ୍ତି। ଯଦି ଏୟାରଟେଲ କଥା କୁହାଯାଏ ତେବେ କଂପାନୀ ବଜାରରେ ୪ଜି ସ୍ମାର୍ଟଫୋନର ଏକ ଓପନ ଇକୋସିଷ୍ଟମ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏଥିସହିତ ଫିଚର ଫୋନର ଦାମରେ ସ୍ମାର୍ଟଫୋନ ଉପଲବ୍ଧ କରିବାକୁ ଚାହୁଛନ୍ତି। ତେବେ ଏବେ ନଜର ପକାଇବା ଏହି ଦୁଇ କଂପାନୀର ଶସ୍ତା ଫୋନ ଉପରେ, ଯାହା ଆପଣଙ୍କୁ କିଭଳି ପ୍ରକାରେ ଫାଇଦା ଦେଇପାରେ।

ଜିଓଫୋନ: ଏହି ଫୋନରେ ସିଙ୍ଗିଲ୍‌ ସିମ ସପୋର୍ଟ କରିଥାଏ। ଏଥିରେ ୨.୪ ଇଂଚର କ୍ୟୁଡବ୍ଲୁବିଜିଏ ଡିସପ୍ଲେ ଦିଆଯାଇଛି। ଏହାର ପିକ୍ସଲ ରିଜୋଲ୍ୟୁସନ ୨୪୦ ସହ ୩୨୦ର ରହିଛି। ଏହି ଫୋନ ୧.୨ ଗିଗାହର୍ଟଜ ସ୍ପ୍ରେଡଟ୍ରମ ଏସପିଆରଡି ୯୮୨୦ଏ/କ୍ୟୁସି୮୯୦୫ଡୁଆଲକୋର ପ୍ରସେସର ଏବଂ ୫୧୨ଏମବି ରାମରୁ ଲେସ୍‌ ରହିଛି। ଗ୍ରାଫିକ୍ସ ପାଇଁ ଏଥିରେ ମାଲି-୨୦୦ଜିପୁୟୁ ଇଂଟିଗ୍ରେଟେଡ ରହିଛି। ଏଥିରେ ୪ଜିବିର ଇଂଟରନେଟ ମେମୋରି ଦିଆଯାଇଛି। ଯାହାକୁ ମାଇକ୍ରୋଏସଡି କାର୍ଡ ଜରିଆରେ ୧୨୮ ଜିବି ପର୍ଯ୍ୟନ୍ତ ବଢାଯାଇପାରିବ। ସେହିପରି ଫଟୋଗ୍ରାଫି ପାଇଁ ଏଥିରେ ୨ ମେଗାପିକ୍ସଲର ରିଅର କ୍ୟାମେରା ରହିଛି ଏବଂ ପ୍ରଂଟ ପ୍ୟାନେଲ ଉପରେ ବିଜିଏ କ୍ୟାମେରା ମଧ୍ୟ ରହିଛି।

ସେଲକୋନ ସ୍ମାର୍ଟ ୪ଜି: ଏଥିରେ ୪ ଇଂଚର ଏହି ନୂଆ ୪ଜି ସ୍ମାର୍ଟଫୋନ ସେଲକୋନ ସ୍ମାର୍ଟଫୋନ ୪ଜିର ଇଫେକ୍ଟିଭ ଦାମ ରହିଛି ୧୩୪୯ ଟଙ୍କା। ଏହା ଏକ ଟଚ୍‌ ସ୍କ୍ରିନ ସ୍ମାର୍ଟଫୋନ, ଯେଉଁଥିରେ ଡୁଆଲ ସିମ୍‌ ବ୍ୟବହାର କରିପାରିବେ। ଏହାର ସ୍କ୍ରିନ ୪ ଇଂଚ ରହିଛି ଏବଂ ଏଥିରେ ଏୟାରଟେଲର କିଛି ଆପ ମଧ୍ୟ ରଖାଯାଇଛି। ଯେଉଁଥିରେ ୱିଙ୍କ୍‌ ମ୍ୟୁଜିକ୍‌ ଏବଂ ଏୟାରଟେଲ ଟିଭି ସାମିଲ।

ଫୋନର ମୁଖ୍ୟ ଆକର୍ଷଣ ରହିଛି ଏଥିରେ ୧.୩ଜିଏଚଜେ କ୍ୱାଡକୋର ପ୍ରୋସେରର ଏବଂ ୧ଜିବି ର‍୍ୟାମ। ଏଥିସହିତ ୮ଜିବିର ଇଂଟରନେଟ୍‌ ମେମୋରି ମଧ୍ୟ ଦିଆଯାଇଛି। ମାଇକ୍ରୋ ଏସଡି କାର୍ଡ ଜରିଆରେ ମଧ୍ୟ ଏହାକୁ ୩୨ ଜିବି ପର‍୍ୟ୍ୟନ୍ତ ବୃଦ୍ଧି କରିଦିଆଯିବ। ଏହାର ବ୍ୟାଟେରି ୧୫୦୦ ଏମଏଏଚର ଅଟେ। ବେସିକ୍‌ ଫଟୋଗ୍ରାଫି ପାଇଁ ଏଥିରେ ୩.୨ ମେଗାପିକ୍ସଲର ରିଅର କ୍ୟାମେରା, ଯେବେକି ୨ ମେଗାପିକ୍ସଲର ସେଲ୍‌ଫି କ୍ୟାମେରା ଦିଆଯାଇଛି। ଏହାର ସ୍କ୍ରିନ ୪ ଇଂଚର ରହିଛି।

କଂପାନୀ ସର୍ତ୍ତ ଅନୁସାରେ, ଏହି ସ୍ମାର୍ଟଫୋନ ସହିତ ପ୍ରତି ମାସ ଗ୍ରାହକଙ୍କୁ ୧୬୯ ଟଙ୍କାର ରିଚାର୍ଜ କରିବାକୁ ପଡିବ। ଏହି ପ୍ଲାନ କାର୍ବନ ଏ୪୦ ପ୍ଲାନ ଭଳି ଅଟେ। ଏଥିସହିତ ପ୍ରତିଦିନ ୦.୫ଜିବି ଡାଟା ଏବଂ ଅସୀମ କଲିଂର ସୁବିଧା ବି ମିଳିବ। ତେବେ ଏହାର ବୈଧତା ରହିଛି ୨୮ ଦିନ। ଏହି ଅଫର ଆଧାରରେ ସ୍ମାର୍ଟଫୋନ କିଣିବା ପାଇଁ ଆପଣଙ୍କୁ ୨୮୪୯ ଟଙ୍କା ଡାଉନ ପେମେଂଟ କରିବାକୁ ପଡିବ। ଏଥିସହିତ ଲଗାତର ୩୬ ମାସ ପର୍ଯ୍ୟନ୍ତ ପ୍ରତି ମାସ ୧୬୯ ଟଙ୍କା ଦେବାକୁ ପଡିବ। ୧୮ ମାସ ପରେ ୫୦୦ ଟଙ୍କା ଫେରସ୍ତ ମିଳିବ। ଯେବେକି ଆଗାମୀ ୩୬ ମାସ ପରେ ୧,୦୦୦ ଟଙ୍କାରେ ମିଳିବ। ମୋଟ ଉପରେ କହିବାକୁ ଗଲେ ୧୫୦୦ ଟଙ୍କା କ୍ୟାସବ୍ୟାକ୍‌ ଆଧାରରେ ମିଳିବ ଏବଂ ଏହି ଫୋନର ଇଫେକ୍ଟିଭ ଦାମ ରହିବ ୧୩୪୯ ଟଙ୍କା। ତେବେ ଏହି ଫୋନଟିକୁ ଆପଣଙ୍କୁ ଆଉ ଫେରାଇବାକୁ ପଡିବ ନାହିଁ।

କେଉଁଥିରେ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡିବ

ସେଲକୋନ ସ୍ମାର୍ଟଫୋନ ୪ଜି

ଡାଉନ ପେମେଂଟ: ୨୮୪୯ଟଙ୍କା

ଏୟାରଟେଲ ରିଚାର୍ଜ: ୬,୦୮୫ ଟଙ୍କା (୩୬ମାସ ପାଇଁ)

କ୍ୟାସବ୍ୟାକ: ୧,୫୦୦ ଟଙ୍କା (୩୬ ମାସ ପରେ)

ମୋଟ୍‌ ପେମେଂଟ: ୭,୩୪୪ ଟଙ୍କା

ଜିଓଫୋନ:

ସିକ୍ୟୁରିଟି ଅର୍ଥ: ୧୫୦୦ ଟଙ୍କା

ଜିଓ ୪ଜି ରାଚାର୍ଜ ୩ ବର୍ଷ ପର୍ଯ୍ୟନ୍ତ: ୧୫୩ ପ୍ରତି ମାସ (୩ ବର୍ଷ ପର୍ଯ୍ୟନ୍ତ ୫,୫୦୮ଟଙ୍କା)

କ୍ୟାସବ୍ୟାକ: ୧୫୦୦ ଟଙ୍କା

ମୋଟ୍‌ ପେମେଂଟ: ୫,୫୦୮ ଟଙ୍କା

ସମ୍ବନ୍ଧିତ ଖବର