ନୂଆଦିଲ୍ଲୀ: ସୁଲଭ ମୂଲ୍ୟ ଦୋକାନଗୁଡ଼ିକୁ ଛୋଟ ଏଲ୍ପିଜି ସିଲିଣ୍ଡର ବିକ୍ରି କରିବା ଅନୁମତି ଦେବା ବିଷୟରେ କେନ୍ଦ୍ର ସରକାର ବିଚାର କରଛନ୍ତି। ଏନେଇ ରାଜ୍ୟ ଓ ତୈଳ କଂପାନିଗୁଡ଼ିକ ସହ କେନ୍ଦ୍ର ସରକାର ଆଲୋଚନା କରିଛନ୍ତି ବୋଲି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ସୁଲଭ ମୂଲ୍ୟ ଦୋକାନଗୁଡ଼ିକୁ ଆର୍ଥିକ ସ୍ତରରେ ସୁଦୃଢ଼ କରିବା ଲାଗି ସରକାର ଯେଉଁ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ଏହା ହେଉଛି ତାହାର ଏକ ଅଂଶ। ସୁଲଭ ମୂଲ୍ୟ ଦୋକାନଗୁଡ଼ିକୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ର ମେରୁଦଣ୍ଡ ଭାବେ ବିଚାର କରାଯାଉଛି। ସେମାନଙ୍କୁ ବୀମା ଉତ୍ପାଦ ଓ ଆର୍ଥିକ ସେବା ଉତ୍ପାଦ ଆଦି ଯୋଗାଇବା ଅନୁମତି ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଉଛି।
ସୁଲଭ ମୂଲ୍ୟ ଦୋକାନରେ ମିଳିବ ଛୋଟ ଏଲ୍ପିଜି ସିଲିଣ୍ଡର
/sambad/media/post_attachments/wp-content/uploads/2021/09/LPG.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)