ଖୁବ୍‌ଶୀଘ୍ର ଭାରତୀୟ ବଜାରକୁ ଆସୁଛି ସବୁଠୁ ଶସ୍ତା କାର୍‌!

୧ ଲିଟର ତେଲରେ ଦୌଡିବ ୨୦କି.ମିର ରାସ୍ତା, ଦାମ୍‌ ମାତ୍ର ୧ ଲକ୍ଷ ଟଙ୍କା

ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ସବୁଠୁ ଶସ୍ତା କାର୍‌। ଏହାର ଦାମ୍‌ ବାଇକ୍‌ଠାରୁ ବି କମ୍‌। ଏହି କାର୍‌ଟିକୁ ଖୁବ୍‌ଶୀଘ୍ର ଲଞ୍ଚ୍ କରିବାକୁ ଯାଉଛି ଟାଟା କମ୍ପାନୀ। ଯେଉଁମାନଙ୍କର କାର୍‌ କଣିବାକୁ ଇଚ୍ଛା ଥିଲେ ବି ଅର୍ଥାଭାବରୁ କାର୍‌ କିଣି ପାରୁନାହାନ୍ତି। ଏହା ଏବେ ସେମାନଙ୍କ ପାଇଁ ଆର୍ଶୀବାଦ ସଦୃଶ୍ୟ ହୋଇଛି। କାହିଁକି ନା ଭାରତୀୟ ବଜାରରେ ଖୁବ୍ ଶୀଘ୍ର ଲଂଚ ହେବାକୁ ଯାଉଥିବା ଏହି ଶସ୍ତା କାରର ଦାମ ରହିଛି ମାତ୍ର ୧ ଲକ୍ଷ ଟଙ୍କା । ତେବେ ଆସନ୍ତୁ ଜାଣିବା ଏହି କାର ସଂପର୍କରେ..

ମିଳିଥିବା ସୂଚନାରୁ ଯାହା ଜଣାପଡିଛି, ଏହି ଶସ୍ତା କାରଟିକୁ ଖୁବ୍ ଶୀଘ୍ର ଲଂଚ କରୁଛି ଟାଟା କଂପାନୀ । ଯାହାକୁ କଂପାନୀ ତାର ୮୨ତମ ଜେନଭା ମୋଟର ସୋ’ରେ ପରିବେଷଣ କରିଥିଲା । ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଏହି କାର ୨୦୧୯ ସୁଦ୍ଧା ଲଂଚ ହୋଇଯିବ ଏବଂ ଏହି କାରକୁ ଟାଟା କଂପାନୀ ‘ମେଗାପିକ୍ସଲ’ ନାଁ ଦେଇଛି ।

ତେବେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଟାଟା କଂପାନୀ ଏକ ଆକର୍ଷଣୀୟ ଉପହାର ସମସ୍ତ ଲୋକମାନଙ୍କୁ ଭେଟିଦେଇଛି, ଯେଉଁମାନେ କି ମାଇଲେଜ ନାରେ ଗାଡି କିଣିପାରନ୍ତି ନାହିଁ । ଉଲ୍ଲେଖ ଥାଉ କି, ଟାଟା କଂପାନୀର ଏହି କାର ୧ ଲିଟର ପ୍ରତି ତେଲରେ ୨୦ କିଲୋମିଟରର ମାଇଲେଜ ଦେବ, ଯାହାକି ବହୁତ ଭଲ ଖବର ।

ସମ୍ବନ୍ଧିତ ଖବର