‘ଡିଏଚ୍‌ଏଫ୍‌ଏଲ୍‌’ରେ ୩୧ ହଜାର କୋଟିର ଠକେଇ

ନୂଆଦିଲ୍ଲୀ,: ଗୃହ ଋଣ ପ୍ରଦାନ କରୁଥିବା ଘରୋଇ ଆର୍ଥିକ ସଂସ୍ଥା ‘ଡିଏଚ୍‌ଏଫ୍‌ଏଲ୍‌’ରେ ୩୧ ହଜାର କୋଟି ଟଙ୍କାର ଜାଲିଆତି ହୋଇଥିବା ଅଭି‌ଯୋଗ ହୋଇଛି। କୋବ୍ରାପୋଷ୍ଟ୍‌ ପକ୍ଷରୁ ଏହି ଅଭିଯୋଗ କରାଯାଇଛି। କଂପାନିର ପ୍ରମୋଟରମାନେ ଏହି ସବୁ ଟଙ୍କା ହଡ଼ପ କରିଥିବା କୋବ୍ରାପୋଷ୍ଟ୍ ଦାବି କରୁଛି। ଡିଏଚ୍‌ଏଫ୍‌ଏଲ୍‌ରେ ଅଂଶଧନ ରଖିଥିବା କପିଲ୍‌ ୱାଧୱାନ୍, ଅରୁଣା ୱାଧୱାନ ଏବଂ ଧୀରଜ ୱାଧୱାନ୍‌ ସଂଗଠିତ ଭାବେ ଏହି ଠକେଇ କରିଛନ୍ତି। ଜନ ସାଧାରଣଙ୍କ ୩୧ ହଜାର କୋଟି ଟଙ୍କାକୁ ସେମାନେ ସ୍ପଷ୍ଟ ଦିବାଲୋକରେ ହଡ଼ପ କରିଛନ୍ତି ବୋଲି ରିପୋର୍ଟରେ ଦାବି କରାଯାଇଛି। କଂପାନିର ପ୍ରମୋଟରମାନେ ବିଭିନ୍ନ ଜାଲ୍‌ କଂପାନି ଗଠନ କରି ସେଗୁଡ଼ିକ ନାମରେ ବିପୁଳ ପରିମାଣର ଋଣ ମଞ୍ଜୁର କରି ଏହି ସବୁ ଟଙ୍କା ହଡ଼ପ କରିଛନ୍ତି। ସୁଚିନ୍ତିତ ଯୋଜନା କରି ଏହି କାମ କରାଯାଇଛି। ଜାଲ୍ କଂପାନି ନାମରେ ଦିଆଯାଇଥିବା ଋଣ ଫେରିବା ଅସମ୍ଭବ। ଏକଥା ଟଙ୍କା ହଡ଼ପ କରିଥିବା‌ ଲୋକମାନେ ଭଲ ଭାବେ ଜାଣିଥିଲେ। ଯେହେତୁ ଏହି ସବୁ କଂପାନିର ନିର୍ଦେଶକଙ୍କ ନାମରେ କୌଣସି ସମ୍ପତ୍ତି ନାହିଁ, ତେଣୁ ଋଣ ଅର୍ଥ ଆଦାୟ ମଧ୍ୟ କରାଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର