ଏଣିକି ୨୪ ଘଣ୍ଟା ଭିତରେ କ୍ଲିୟର ହୋଇଯିବ ଚେକ, ସେପ୍ଟେମ୍ବର ୩୦ରୁ ସବୁ ବ୍ୟାଙ୍କରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଆପଣ ବ୍ୟାଙ୍କରେ କୌଣସି ଚେକ ଦେଉଥିଲେ ଏହା କ୍ଲିୟର ହେବାକୁ ୨ରୁ ୩ ଦିନ ସମୟ ଲାଗୁଛି | କେତେକାଂଶରେ ସେହିଦିନ ହିଁ ଚେକ କ୍ଲିୟର ହୋଇଯାଉଥିବାବେଳେ ବେଳେବେଳେ ଚେକ କ୍ଲିୟର ହେବାକୁ କିଛି ଦିନ ମଧ୍ୟ ଲାଗୁଛି | ତେବେ ଗ୍ରାହକଙ୍କୁ ଏଭଳି ଅସୁବିଧାରୁ ମୁକ୍ତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଚେକ ଟ୍ରାନକେସନ ସିଷ୍ଟମ ଲାଗୁ କରିବାକୁ ଯୋଜନା କରୁଛି | ଚେକ ଟ୍ରାନକେସନ ସିଷ୍ଟମ ବା ସିଟିଏସ ଚେକ କ୍ଲିୟର କରିବାର ଏକ ପ୍ରକ୍ରିୟା ହୋଇଥାଏ |

ଆଉ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ବ୍ୟାଙ୍କରେ ଏହା ଲାଗୁ କରିବାକୁ ଆରବିଆଇ ଯୋଜନା କରୁଛି | ଏହି ପ୍ରକ୍ରିୟା ଲାଗୁ ହେବା ଦ୍ୱାରା ଚେକ କ୍ଲିୟରାନ୍ସ ପ୍ରକ୍ରିୟା ଆହୁରି ସରଳ ହୋଇଯିବ | ଚେକ ଟ୍ରାନକେସନ ସିଷ୍ଟମ ଚେକକୁ କ୍ଲିୟରିଂ କରିବାର ଏକ ପ୍ରକ୍ରିୟା ହୋଇଥିବାବେଳେ ଚେକ ଅନ୍ୟ ବ୍ୟାଙ୍କକୁ ପଠାଯାଇନଥାଏ | ଚେକର ଏକ ଫଟୋ କପି ହିଁ ଅନ୍ୟ ବ୍ୟାଙ୍କକୁ ପଠାଯାଇଥାଏ, ଆଉ ଚେକ କ୍ଲିୟର ହୋଇଯାଇଥାଏ | ଏହି ପ୍ରଣାଳୀ ମାଧ୍ୟମରେ ଚେକ କ୍ଲିୟର କରିବା ପାଇଁ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ନେବାକୁ ପଡେ ନାହିଁ | ବରଂ ଏହାର ଇଲେକ୍ଟ୍ରୋନିକ୍ସ ଇମେଜ ପଠାଯାଇଥାଏ | ଯେଉଁଥିରେ କାମ ଶୀଘ୍ର ଓ ସହଜ ହୋଇଯାଏ |

ଆଉ ଏଥିପାଇଁ ଚେକ କ୍ଲିୟର ହେବାକୁ ୨୪ ଘଣ୍ଟାରୁ ମଧ୍ୟ କମ ସମୟ ଲାଗେ | ସେହିପରି ଏହା ଦ୍ୱାରା ନକଲି ଚେକକୁ ମଧ୍ୟ ରୋକାଯାଇପାରିବ | କାରଣ ଚେକ ଟ୍ରାନକେସନ ସିଷ୍ଟମରେ ଚେକର ଭେରିଫିକେସନ ବହୁତ ସହଜ ହୋଇଥିବାବେଳେ ଚେକ ଠକେଇ କମିଯାଇଥାଏ | ଚେକ ଟ୍ରାନକେସନ ସିଷ୍ଟମ ପୂର୍ବରୁ ଚେକ କ୍ଲିୟର ହେବାକୁ ବହୁତ ସମୟ ଲାଗୁଛି, ଯାହା ଦ୍ୱାରା ଉଭୟ ବ୍ୟାଙ୍କ ଓ ଗ୍ରାହକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଛି | ଏହାର ବଡ ସୁବିଧା ହେଉଛି ଯେ ଦେଶର ଯେ କୌଣସି ବ୍ୟାଙ୍କରେ ଆପଣ ଚେକକୁ କ୍ଲିୟର କରିପାରିବେ |

ସମ୍ବନ୍ଧିତ ଖବର