ରିଲାଏନ୍ସ ଜିଓର ୨ଟି ନୂଆ ଆକର୍ଷଣୀୟ ଯୋଜନା: ଦିନକୁ ମିଳିବ ୫ ଜିବିର ୪ଜି ଇଣ୍ଟର୍‌ନେଟ୍‌

ମୁମ୍ବାଇ: ଗ୍ରାହକମାନଙ୍କ ସକାଶେ ଆକର୍ଷଣୀୟ ପ୍ରିପେଡ୍‌ ଏବଂ ପୋଷ୍ଟ୍‍ପେଡ୍‌ ଅଫର ପ୍ରଦାନ କରିବାରେ ରିଲାଏନ୍ସ ଜିଓ ବେଶ୍‌ ଆଗୁଆ। ଟେଲିକମ୍‌ କମ୍ପାନି ରିଲାଏନ୍ସ ଜି ତା’ର ଗ୍ରାହକମାନଙ୍କ ପାଇଁ ଆଣିଛି ୨ଟି ପ୍ରିପେଡ୍‌ ରିଚାର୍ଜ ଯୋଜନା। କମ୍ପାନି ୫୦୯ ଓ ୭୯୯ ଟଙ୍କାର ଦୁଇଟି ଯୋଜନା ବାହାର କରିଛି।

୫୦୯ ଟଙ୍କାର ରିଚାର୍ଜ କରି ଗ୍ରାହକ ଦିନକୁ ୪ ଜିବି ଇଣ୍ଟର୍‌ନେଟ୍‌ ପାଇପାରୁଥିବା ବେଳେ ୭୯୯ ରିଚାର୍ଜ କଲେ ୫ ଜିବି ଡାଟା ବ୍ୟବହାର କରିପାରିବେ। ଏହି ଦୃତ ଗତି ୪ଜିସ ଡାଟାର ଅବଧି ରହିଛି ୨୮ ଦିନ। ଡାଟା ବ୍ୟବହାର କରି ଦିନକର ସୀମା ଅତିକ୍ରମ କରି ଯିବା ପରେ ବ୍ୟବହାରକାରୀ ୬୪ କେବିପିଏସ୍‌ ଗତିରେ ଡାଟା ସୁବିଧାର ଲାଭ ଉଠାଇ ପାରିବେ। ଏହି ଚିଚାର୍ଜ ଯୋଜନାରେ ଡାଟା ସହ ଅସୀମିତ ଲୋକାଲ, ଏସ୍‌ଟିଡି, ଏବଂ ରୋମିଂ ଭଏସ୍‌ କଲିଂ ସୁବିଧା ବି ଉପଲବ୍ଧ। ଏହା ସହିତ ଗ୍ରାହକ ଦିନକୁ ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ବି ପାଇପାରିବେ।

ସମ୍ବନ୍ଧିତ ଖବର