ପୁଣି ବଜାରକୁ ଆସୁଛି ବଜାଜ ଚେତକ, ଏତିକି ଟଙ୍କା ରହିଛି ମୂଲ୍ୟ

ନୂଆଦିଲ୍ଲୀ: ବଜାଜ ଏବେ ଏହାର ନୂଆ ସ୍କୁଟରକୁ ନେଇ ଚର୍ଚ୍ଚାରେ ରହିଛି | ଆସନ୍ତା ୧୬ ତାରିଖରେ ବଜାଜ ପକ୍ଷରୁ ଏହି ସ୍କୁଟରକୁ ଲଞ୍ଚ କରାଯିବ | ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କ ସମେତ ନୀତି ଆୟୋଗ ଅଧ୍ୟକ୍ଷ ଅମିତାଭ କାନ୍ତ ସାମିଲ ହେବେ | ବଜାଜ ପକ୍ଷରୁ ଲଞ୍ଚ କରାଯାଉଥିବା ଏହି ସ୍କୁଟର କମ୍ପାନୀର ପ୍ରଥମ ଇଲେକ୍ଟ୍ରିକ ସ୍କୁଟର ହେବ |

ମିଳିଥିବା ସୂଚନା ମୁତାବକ ଏହି ସ୍କୁଟରର ନାମ ଚେତକ ଚିକ ରଖାଯାଇଥିବାବେଳେ ବହୁ ଆକର୍ଷଣୀୟ ବୈଶିଷ୍ଟ୍ୟ ଏହି ସ୍କୁଟରରେ ରହିବ | ଏହି ସ୍କୁଟରରେ ଇନଟିଗ୍ରେଟେଡ଼ ବ୍ରେକିଙ୍ଗ ସିଷ୍ଟମ ରହିବା ସହ ନାଭିଗେସନ ଓ ବ୍ଲୁ ଟୁଥ ସୁବିଧା ମଧ୍ୟ ରହିବ |

photo-zigwheels

ଏହି ସ୍କୁଟରର ମୂଲ୍ୟ ବାବଦରେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିଲେ ବି କୁହାଯାଉଛି ଏହାର ମୂଲ୍ୟ ୧ ଲକ୍ଷ ଟଙ୍କା ପାଖାପାଖି ରହିବ | ଏଠାରେ ସୂଚନା ଥାଉ କି ବଜାଜ ପକ୍ଷରୁ ୨୦୦୬ ମସିହାରେ ଚେତକ ସ୍କୁଟରର ନିର୍ମାଣ ବନ୍ଦ କରିଦିଆଯାଇଥିଲା | କିନ୍ତୁ ଏବେ ବଜାରରେ ସ୍କୁଟର ବାଇକର ଚାହିଦା ବଢ଼ିଥିବାର ନଜରରେ ରଖି ପୁଣି ନୂଆ ଭାବରେ ଚେତକକୁ ଲଞ୍ଚ କରାଯିବ |

ସମ୍ବନ୍ଧିତ ଖବର