ନୂଆଦିଲ୍ଲୀ: ଉପା ସରକାରଙ୍କ ଅମଳରେ ବେପରୁଆ ଭାବେ ଋଣ ଆବଣ୍ଟନ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଟିପ୍ପଣୀ ଦେଇଥିଲେ ତାହାର ଜବାବ ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍। ସେ ଆଜି ପ୍ରଶ୍ନ କରିଛନ୍ତି ଯେ, ଏନ୍ଡିଏ ସରକାର ଅମଳରେ କେତେ ଋଣ ବୁଡ଼ିଛି? ଏକ ଟୁଇଟ୍ରେ ସେ ଲେଖିଛନ୍ତି ଯେ, ୨୦୧୪ ପରେ କେତେ ଋଣ ଦିଆଯାଇଥିଲା ଓ ସେଥିରୁ କେତେ ଋଣ ବୁଡ଼ିଗଲା? ଚିଦମ୍ବରମ୍ ଏହା ମଧ୍ୟ ଜଣାଇଛନ୍ତି ଯେ, ସଂସଦରେ ଏହି ପ୍ରଶ୍ନ ବହୁ ପୂର୍ବରୁ କରାଯାଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଉତ୍ତର ମିଳୁନାହିଁ। ଏନ୍ପିଏ ସମସ୍ୟା ପାଇଁ ଉପା ସରକାର ଦାୟୀ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଏକ କାର୍ଯ୍ୟକ୍ରମରେ କହିଥିଲେ। ସେ କହିଥିଲେ ଯେ, ୧୨ ବଡ଼ ଋଣ ଖିଲାପୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସେମାନଙ୍କ ପାଖରେ ୧.୭୫ ଲକ୍ଷ କୋଟି ଟଙ୍କାର ଋଣ ଅର୍ଥ ଫସିରହିଛି। ଖୁବ୍ଶୀଘ୍ର ଆଉ ୨୭ ଋଣ ଖିଲାପୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ। ସେମାନଙ୍କ ପାଖରେ ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ଋଣ ରାଶି ଫସିରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଚିଦମ୍ବରମ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି ଯଦି ତାହାକୁ ସତ ବୋଲି ଧରି ନିଆଯିବ ତେବେ ଏନ୍ଡିଏ ସରକାରଙ୍କ ଅମଳରେ ସେଥି ମଧ୍ୟରୁ କେତେ ଋଣର ନବୀକରଣ କରାଯାଇଥିଲା? କେତେ ଋଣର ରୋଲ୍ଓଭର୍ କରାଯାଇଥିଲା?ସେହି ସବୁ ଋଣକୁ କାହିଁକି ଫେରସ୍ତ ନିଆଗଲା ନାହିଁ?
ଚିଦମ୍ବରମ୍ଙ୍କ ପ୍ରଶ୍ନ, ୨୦୧୪ ପରେ ଏନ୍ପିଏ କେତେ?
/sambad/media/post_attachments/wp-content/uploads/2018/08/chidambaram-dna-india-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)