ଶିଶୁଙ୍କ ପେଟରୋଗର ଚିକିତ୍ସା:ଗ୍ଲୋବାଲ ହସ୍ପିଟାଲରେ ମିଳିବ

ଭୁବନେଶ୍ବର: ଏଣିକି ଛୋଟ ପିଲାଙ୍କ ଜଟିଳ ପେଟ ରୋଗ ଏଂବ ଯକୃତ ରୋଗର ଚିକିତ୍ସା ପାଇଁ ପିତାମାତାମାନଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ୟୁନିଟ୍ ୬ରେ ଥିବା ଗ୍ଲୋବାଲ ହସ୍ପିଟାଲର ସୂଚନା କେନ୍ଦ୍ରରେ ଏହି ଚିକିତ୍ସା ଉପଲବ୍ଧ ହେବ। ପ୍ରତିମାସର ଶେଷ ଶନିବାରରେ ଭୁବନେଶ୍ବରସ୍ଥିତ ସୂଚନା କେନ୍ଦ୍ରଠାରେ ହାଇଦ୍ରାବାଦର ଗ୍ଲିନେଗଲ୍ସ ଗ୍ଲୋବାଲ ହସ୍ପିଟାଲର ଶିଶୁ ପେଟ, ଯକୃତ ରୋଗ ଏବଂ ଯକୃତ ପ୍ରତିରୋପଣ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ବାଚିନା ଏହି ପରାମର୍ଶ ଦେବେ। ଖୁବ୍‌ଶୀଘ୍ର ଶିଶୁମାନଙ୍କ ଚିକିତ୍ସା ପାଇଁ ଏହି ସୁବିଧା ଆରମ୍ଭ କରାଯିବ। ଫଳରେ ଲୋକମାନେ କମ୍‌ ଖର୍ଚ୍ଚରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓଡ଼ିଶାରେ ପାଇପାରିବେ। ଗ୍ଲୋବାଲ ହସ୍ପିଟାଲ୍‌ ଇନ୍‌ଫରମେସନ୍‌ ସେଣ୍ଟର ପକ୍ଷରୁ ହୋଟେଲ୍‌ ମେ ଫେୟାର କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଡାକ୍ତର ବାଚିନା ଯୋଗଦେଇ ଏହି ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଶିଶୁ ପେଟ ରୋଗ ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମ ରାଜ୍ୟର ଅନ୍ୟ ସହରରେ ମଧ୍ୟ କରାଯିବ ବୋଲି ଗ୍ଲୋବାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର