ଫେମିଲାଇଫ୍‌ରେ ନିଃସନ୍ତାନ ଦମ୍ପତିଙ୍କ ଚିକିତ୍ସା

ଭୁବନେଶ୍ବର: ଫେମିଲାଇଫ୍‌ରେ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ସୁଖ ପ୍ରଦାନ କରିବା ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି। ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ସୁବିଧା ପ୍ରଦାନ କରାଯାଉଥିବା ଅନେକ ଦମ୍ପତି ବାପାମା’ ହେବାର ସୌଭାଗ୍ୟ ପାଇଛନ୍ତି। କେତେକ ମହିଳାଙ୍କ କ୍ଷେତ୍ରରେ ସଂଯୋଜନ ସମୟ ନିରୂପଣ କରିବା ଅତ୍ୟନ୍ତ କଷ୍ଟକର। ଫେମିଲାଇଫ୍‌ ପକ୍ଷରୁ ମହିଳାଙ୍କୁ ଏହାର ସଠିକ୍ ସମୟ ବିଷୟରେ ସୂଚନା ପ୍ରଦାନ କରାଯାଏ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ସଂଯୋଜନ ସମୟରେ ମହିଳାଙ୍କ କ୍ଷେତ୍ରରେ ହରମୋନ୍ ପରିବର୍ତ୍ତନ ଲକ୍ଷଣ ଦେଖାଦିଏ। ରକ୍ତ ଓ ପରିସ୍ରା ପରୀକ୍ଷା କରିବା ଦ୍ବାରା ସଂଯୋଜନର ସଠିକ୍ ସମୟ ଜଣାପଡ଼େ ବୋଲି ଫେମିଲାଇଫ୍ ପକ୍ଷରୁ କୁହାଯାଇଛି। ଭ୍ରୁଣଟି ଗର୍ଭାଶୟରେ ଅବସ୍ଥାପିତ ହେବା ପ୍ରକ୍ରିୟାକୁ ସଂଯୋଜନ କୁହାଯାଏ।

ସମ୍ବନ୍ଧିତ ଖବର