ଚୀନ, ଇଣ୍ଡୋନେସିଆ, ଇଥିଓପିଆରେ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ: ଇଥିଓପିଆରେ ବୋଇଂ ୭୩୭ ମ୍ୟାକ୍ସ ବିମାନ ଦୁର୍ଘଟଣାରେ ୧୫୭ ଜଣଙ୍କ ମୃତ୍ୟୁ ହେବା ପରେ ଇଥିଓପିଆ ସମେତ ଚୀନ୍ ଓ ଇଣ୍ଡୋନେସିଆରେ ଏହି ବିମାନ ଉଡ଼ାଣକୁ ବନ୍ଦ କରିଦିଆଯାଇଛି। ସୋମବାର ଚୀନ୍ ପାଖାପାଖି ୧୦୦ ବୋଇଂ ମ୍ୟାକ୍ସ ବିମାନର ଉଡ଼ାଣକୁ ବନ୍ଦ ନିର୍ଦ୍ଦେଶ ଦେଇଛି। ଚୀନର ଘୋଷଣା ପରେ ଇଥିଓପିଆ ମଧ୍ୟ ଏହାର ସମସ୍ତ ବୋଇଂ ୭୩୭ ମ୍ୟାକ୍ସ ବିମାନ ଉଡ଼ାଣକୁ ବନ୍ଦ କରିଛି। ସେହିଭଳି ଇଣ୍ଡୋନେସିଆ ମଧ୍ୟ ଏହାର ସମସ୍ତ ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ଉଡ଼ାଣକୁ ରଦ୍ଦ କରିଦେଇଛି। ଏହି ବିମାନର ସୁରକ୍ଷା ସଂକ୍ରାନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ବିଷୟ ନିଶ୍ଚିତ ହେବା ପରେ ଉକ୍ତ ବିମାନର ଉଡ଼ାଣ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର