ବେଜିଂ: ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ରପ୍ତାନି କଟକଣା ନୀତିକୁ ଚୀନ ଆଜି ସମାଲୋଚନା କରିଛି। ଉକ୍ତ କଟକଣା ଅନ୍ତର୍ଜାତୀୟ ବାଣିଜ୍ୟ ନିମୟକୁ ଉଲ୍ଲଂଘନ କରୁଛି ଏବଂ ଆମେରିକା ମଧ୍ୟ ଏହାଦ୍ବାରା ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଭାବିତ ହେବ। ଚୀନ କମ୍ପାନିଙ୍କୁ ଅସୁବିଧାରେ ପକାଇବା ଏବଂ ଚୀନରେ ଚିପ୍ ଓ ସେମିକଣ୍ଡକ୍ଟର ଆଦିର ଉତ୍ପାଦନକୁ ବାଧା ପହଞ୍ଚାଇବା ପାଇଁ ଆମେରିକା ରପ୍ତାନି କଟକଣା ଲଗାଇଛି। ବିଜ୍ଞାନ ଓ ପ୍ରଯୁକ୍ତିକୁ ଅସ୍ତ୍ର ଏବଂ ରାଜନୀତିର ମାଧ୍ୟମ ଭାବେ ଆମେରିକା ବ୍ୟବହାର କରୁଛି ବୋଲି ଚୀନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାଓ ନିଙ୍ଗ୍ ଅଭିଯୋଗ କରିଛନ୍ତି। ତେବେ ଏହା ଚୀନର ପ୍ରଗତିକୁ ଅଟକାଇ ପାରିବ ନାହିଁ ବୋଲି ସେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp