ଚୀନ୍‌ ଉଡ଼ାଇଲା ଇଲେକ୍‌ଟ୍ରିକ୍‌ ବିମାନ!

ସାରା ବିଶ୍ବ ଏବେ ଇଲକ୍‌ଟ୍ରିକ୍‌ କାର‌୍‌କୁ ଯାତାୟାତର ପରବର୍ତ୍ତୀ ବିକଳ୍ପ ଭାବେ ଚିନ୍ତା କରୁଥିବାବେଳେ, ଚୀନ୍‌ ଏ ଦିଗରେ ବହୁ ଆଗରେ ରହିଛି। ଏହି ଦେଶ ପ୍ରଥମ ଥର ପାଇଁ ଏକ ଇଲେକ୍‌ଟ୍ରିକ୍‌ ବିମାନ ବିକଶିତ କରିଛି ଏବ˚ ଏହାର ପରୀକ୍ଷାମୂଳକ ଉଡ଼ାଣ ମଧୢ ସଫଳ ହୋଇଛି। ‘RX4E’ ଭାବେ ନାମିତ ଏହି ବିମାନଟି ବ୍ୟାଟେରି ଚାଳିତ। ଓଜନ ୧,୨୦୦ କିଲୋଗ୍ରାମ୍‌। ଥରେ ବ୍ୟାଟେରି ଚାର୍ଜ‌୍‌ କଲେ ବିମାନଟି ତିନି ଶହ କିଲୋମିଟର‌୍‌ ପର୍ଯ୍ୟନ୍ତ ଉଡ଼ିପାରିବ। ଏହା ଅତ୍ୟାଧୁନିକ ଜ୍ଞାନ-କୌଶଳରେ ନିର୍ମିତ। ବିମାନର ବାହ୍ୟ ଆବରଣ ଓ ଯନ୍ତ୍ରପାତି ଅତି ହାଲୁକା ଉପାଦାନରେ ତିଆରି। ଏହା ପରିବେଶ ଅନୁକୂଳ ଏବ˚ ଉଡ଼ିବା ସମୟରେ ଏଥିରୁ ଖୁବ କମ୍‌ ଶବ୍ଦ ବାହାରିବ। ୨୦୨୩ ସୁଦ୍ଧା ମେଲବର୍ନରେ ଏହାକୁ ବ୍ୟାବସାୟିକ ସେବାରେ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର