ଚୀନରେ ବିକ୍ରି ହେବ ଭାରତୀୟ ଔଷଧ, ଭାରତୀୟ ଫାର୍ମା କମ୍ପାନିଙ୍କୁ ଅନୁମତି ଦେଲା ବେଜିଂ

ବେଜିଂ :  ଭାରତରୁ ଜେନେରିକ ଔଷଧ ଆମଦାନୀ କରିବାକୁ ଚୀନ ସରକାର ମଂଜୁରୀ ଦେଇଛନ୍ତି । ଏହା ଫଳରେ ଚୀନର ସରକାରୀ ହସପିଟାଲ ଓ ଔଷଧ ଦୋକାନଗୁଡ଼ିକରେ ଭାରତୀୟ ଔଷଧ ଉପଲବ୍ଧ ହେବ । ଗତ ମାସରେ ଚୀନ ସରକାର ନିଜର ଫାର୍ମାସୁଟିକାଲ ଆଇନରେ କେତେକ ସଂଶୋଧନ କରିବା ପରେ ଏହା ସମ୍ଭବ ହୋଇପାରିଛି ।

ପୂର୍ବରୁ ଚୀନର କଠୋର ଔଷଧ ନୀତି ଯୋଗୁଁ ଭାରତୀୟ କମ୍ପାନିମାନେ ସେଠାରେ ଉତ୍ପାଦନ କେନ୍ଦ୍ର ଖୋଲିପାରୁନଥିଲେ ବା ରପ୍ତାନି କରିପାରୁନଥିଲେ । କିନ୍ତୁ ଏବେ ଆଇନରେ ସଂଶୋଧନ ହେବା ପରେ ଚୀନ ବଜାରରେ ଭାରତୀୟ କମ୍ପାନିମାନେ ପ୍ରବେଶ କରିପାରିବେ । ଭାରତୀୟ କମ୍ପାନି ଡ.ରେଡ୍ଡୀସ ଲାବରୋଟୋରୀଜ ସେଠାରେ ନିଜର ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ଓ ନିଜର ଔଷଧ ବିକିବାକୁ ଅନୁମତି ପାଇଛି ।

ଏହା ଦ୍ବାରା ଭାରତ-ଚୀନ ମଧ୍ୟରେ ଥିବା ୫୪ ବିଲିୟନ ଡଲାର ମୂଲ୍ୟର ବାଣିଜ୍ୟିକ ନିଅଣ୍ଟ କିଛିଟା ହ୍ରାସ ପାଇବ । ଭାରତୀୟ ଫାର୍ମା କମ୍ପାନିଙ୍କୁ ଚୀନ ବଜାରରେ ଅନୁମତି ଦେବାକୁ ଭାରତ ସରକାର ବିଗତ କିଛି ବର୍ଷ ହେଲା ଚୀନ ସରକାରଙ୍କୁ କହିଆସୁଥିଲେ ।

ସମ୍ବନ୍ଧିତ ଖବର