ନୂଆଦିଲ୍ଲୀ: ଦେଶ ଭିତରେ ଏବଂ ବିଦେଶରେ ଚାହିଦା ହ୍ରାସ କାରଣରୁ ଚୀନ ଅର୍ଥନୀତି ଚଳିତବର୍ଷର ଦ୍ବିତୀୟ ତ୍ରୟମାସରେ ମନ୍ଥର ହୋଇଛି। କରୋନା ମହାମାରୀ ପରେ ଅର୍ଥନୀତିର ବିକାଶ ପ୍ରଭାବିତ ହୋଇଛି। ଫଳରେ ନୀତି ନିର୍ଦ୍ଧାରକମାନଙ୍କୁ ଆର୍ଥିକ ପ୍ୟାକେଜ ଘୋଷଣା ଚାପ ବଢ଼ୁଛି। ଅର୍ଥନୈତିକ ସୁଧାରକୁ ଟ୍ରାକ୍‌ରେ ରଖିବା ପାଇଁ ଚୀନ ସରକାର ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛନ୍ତି।

Advertisment

ଆର୍ଥିକ ମନ୍ଥରତା ଯୋଗୁ ଚୀନର ବେକାରି ସମସ୍ୟା ମଧ୍ୟ ବଢ଼ିଯାଇଛି। ଚଳିତ ଏପ୍ରିଲ-ଜୁନ ତ୍ରୟମାସରେ ଚୀନର ଜିଡିପି ଅଭିବୃଦ୍ଧି ୦.୮ ପ୍ରତିଶତ ରହିଛି। ତେବେ ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୨.୨ ପ୍ରତିଶତ ରହିଥିଲା। ଯୁବକମାନଙ୍କ ବେକାରି ହାର ୨୧ ପ୍ରତିଶତରୁ ଅଧିକ ସ୍ତରରେ ପହଞ୍ଚିଛି।