ଚୀନ୍‌ କବ୍‌ଜାରେ ସିସିଟିଭି ବଜାର

ନୂଆଦିଲ୍ଲୀ : ଦେଶର ସିସିଟିଭି ବଜାର ଚୀନ୍‌ର କଂପାନି ହିକ୍‌ଭିଜନ କବ୍‌ଜାରେ ରହିଛି। ଚୀନ୍‌ ସାମରିକ ବ୍ୟବସ୍ଥା ସହ ଏହି ସଂସ୍ଥାର ସମ୍ପର୍କ ରହିଛି ବୋଲି ଆମେରିକା ଅଭିଯୋଗ କରିଛି। ହିକ୍‌ଭିଜନର ଉପକରଣ କିଣା ଉପରେ ଆମେରିକା ସରକାର କଟକଣା ଲଗାଇଛନ୍ତି। ଅଷ୍ଟ୍ରେଲିଆ ଓ ବ୍ରିଟେନ୍‌ ସରକାର ଏହି କଂପାନିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ହିକ୍‌ଭିଜନ ହେଉଛି ବିଶ୍ବର ସର୍ବବୃହତ ଭିଡିଓ ନିରୀକ୍ଷଣ କଂପାନି। ଏହା ଉଭୟ ହାର୍ଡଓୟାର ଓ ସଫ୍‌ଟଓୟାର ବିକ୍ରି କରୁଛି। ଚୀନ୍‌ର କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍ ଚାଇନା (ସିପିସି) ସହିତ ଏହି କଂପାନିର ଘନିଷ୍ଟ ସମ୍ପର୍କ ରହିଛି। ବିଶ୍ବର ୨୭ ପ୍ରତିଶତ ସିସିଟିଭି ବଜାର ଏହି କଂପାନି କବ୍‌ଜାରେ ରହିଛି। ଭାରତୀୟ ସିସିଟିଭି ବଜାରର ୩୫% ଅଂଶ ହିକ୍‌ଭିଜନ ପାଖରେ ରହିଛି। ଏହା ଦେଶରେ ଏକ କାରଖାନା ମଧ୍ୟ ସ୍ଥାପନ କରିଛି।

ସମ୍ବନ୍ଧିତ ଖବର