ଚିଙ୍ଗାରି ଆପ୍‌କୁ ମିଳିଲା ୯.୭୫ କୋଟି ନିବେଶ

ନୂଆଦିଲ୍ଲୀ: ଦେଶରେ ଟିକ୍‌ଟକ୍‌କୁ ସରକାର ନିଷିଦ୍ଧ କରିବା ପରେ ଘରୋଇ ଆପ୍ ଚିଙ୍ଗାରିର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଭାରତରେ ପ୍ରସ୍ତୁତ ଏହି ସର୍ଟ ଭିଡିଓ ସେୟାର ଆପ୍‌ କିଛିଦିନ ପୂର୍ବରୁ ଆତ୍ମନିର୍ଭର ଆପ୍ ଇନୋଭେସନ ଚ୍ୟାଲେଞ୍ଜରେ ଜିତିଥିଲା। ଏହି ପ୍ରତିଯୋଗିତାରେ ଜିତିବା ପରେ ଉକ୍ତ କମ୍ପାନିରେ ଏ‌ଞ୍ଜେଲିଷ୍ଟ ଇଣ୍ଡିଆ, ଆଇସିଡ୍‌, ଭିଲେଜ ଗ୍ଲୋବାଲ, ଲଗଏକ୍ସ ଭେଞ୍ଚର ସମେତ ଅନ୍ୟ‌ କେତେକ କମ୍ପାନି ୧.୩ ନିୟୁତ ଡଲାର ବା ପାଖାପାଖି ୯ କୋଟି ୭୫ ଲକ୍ଷ ଟଙ୍କା ନିବେଶ କରିବାକୁ ଆଗେଇ ଆସିଛନ୍ତି। ଟିକ୍‌ଟକ୍‌ର ସ୍ବଦେଶୀ ବିକଳ୍ପ ଭାବେ ଏହି ଆପ୍‌କୁ ବିବେଚନା କରାଯାଉଛି। ଏହି ଅର୍ଥରେ କମ୍ପାନି ନୂଆ ପ୍ରତିଭାଙ୍କୁ ନିଯୁକ୍ତି ଦେବ ବୋଲି ଏହାର ସିଇଓ ସୁମିତ ଘୋଷ କହିଛନ୍ତି।

ସମ୍ବନ୍ଧିତ ଖବର