ଚିପ୍ କାରଖାନା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ସିନ୍ଦେ

ମୁମ୍ବାଇ: ଦେଶର ପ୍ରଥମ ଚିପ୍ କାରଖାନା ପ୍ରକଳ୍ପକୁ ହରାଇ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏବିଷୟରେ ଆଲୋଚନା କରିଛନ୍ତି। ବଡ଼ ପ୍ରକଳ୍ପ ଆଣିବାରେ କେନ୍ଦ୍ର ସବୁ ପ୍ରକାର ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସିନ୍ଦେ କହିଛନ୍ତି। ବେଦାନ୍ତ ଏବଂ ତାଇୱାନର କଂପାନି ଫକ୍ସକନ୍ ପକ୍ଷରୁ ୧.୫୨ କୋଟି ଟଙ୍କା ନିବେଶରେ ଗୁଜରାଟର ଅହମ୍ମଦାବାଦ ଜିଲ୍ଲାରେ ଦେଶର ପ୍ରଥମ ଚିପ୍ କାରଖାନା ସ୍ଥାପନ କରାଯିବ ବୋଲି ଘୋଷଣା କରାଯାଇଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ରରେ ରାଜନୀତି ସରଗରମ ରହିଛି। ଏହି ପ୍ରସଙ୍ଗରେ ବେଦାନ୍ତର ମୁଖ୍ୟ ଅନିଲ ଅଗ୍ରୱାଲ ମତ ଦେଇ କହିଛନ୍ତି ଯେ ‌ଦକ୍ଷ ପେସାଦାରମାନଙ୍କ ଏକ ଟିମ୍ ଗୁଜରାଟକୁ ପ୍ରକଳ୍ପ ସ୍ଥଳ ଭାବେ ଚୟନ କରିଛନ୍ତି। ସେହି ଟିମ୍ ପାଞ୍ଚ ଛଅଟି ରାଜ୍ୟ ପରିଦର୍ଶନ କରି ଶେଷରେ ଗୁଜରାଟକୁ ଚୟନ କରିଛନ୍ତି।

ସମ୍ବନ୍ଧିତ ଖବର