ନୂଆଦିଲ୍ଳୀ: ଗୌହ୍ଵାଟିରେ ଅନୁଷ୍ଠିତ ଜିଏସ୍ଟି କାଉନ୍ସିଲ୍ ୨୩ ତମ ବୈଠକରେ ୧୭୭ଟି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରାଯାଇଛି। ପୂର୍ବରୁ ୨୨୭ଟି ସାମଗ୍ରୀ ଉପରେ ୨୮ ପ୍ରତିଶତ କର ଧାର୍ଯ୍ୟ ହୋଇଥିଲା। କାଉନ୍ସିଲର ଫିଟମେଣ୍ଟ କମିଟି ଏହି ସଂଖ୍ୟାକୁ ୬୨କୁ କମାଇ ଦେବା ଲାଗି ସୁପାରିଶ କରିଥିଲେ। ତେବେ କାଉନ୍ସିଲ୍ ଏହାକୁ ବିଚାର କରି ଚୁଇଙ୍ଗମଠାରୁ ମାର୍ବଲ୍ ପର୍ଯ୍ୟନ୍ତ ବିଭିନ୍ନ ଶ୍ରେଣୀର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରୁ ୨୮ ପ୍ରତିଶତରୁ ଜିଏସଟିକୁ ୧୮ ପ୍ରତିଶତ କରିଛନ୍ତି।’ପୂର୍ବରୁ ପ୍ରାୟ ୨୨୩ଟି ସାମଗ୍ରୀ ଉପରୁ ଜିଏସ୍ଟି ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲେ ବି ଶେଷରେ ୧୭୭ଟି ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ କରାଯାଇଛି । ତେବେ ଅସନ୍ତୋଷର କଥା ହେଉଛି ଚକୋଲେଟ୍ରୁ ଜିଏସ୍ଟି ଦର ହ୍ରାସ କରାଯାଇଥିବା ବେଳେ ମହିଳାମାନଙ୍କ ବ୍ୟବହୃତ ଅତ୍ୟାବଶ୍ୟକୀୟ ସାନିଟାରି ନାପ୍କିନ୍ ଦର କିନ୍ତୁ ପୂର୍ବ ପରି ବଳବତ୍ତୋର ରହିଛି।
ଉଲ୍ଲେଖଯୋଗ୍ୟ, ବିଭିନ୍ନ ଲକ୍ସରି ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସ୍ଟି ରହିଥିବା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପୂର୍ବରୁ ଲାଗିଥିବା ୨୮ ପ୍ରତିଶତ ଜିଏସ୍ଟିକୁ କମାଯାଇ ୧୮ ପ୍ରତିଶତ କରାଯାଇଛି। ସେହିପରି ଚୁଇଂଗମ୍, ଚକ୍ଲେଟ୍, ଡିଓଡ୍ରେଣ୍ଟ, ଓ୍ଵାସିଂ ପାଉଡର, ମାର୍ବଲ, ଡିଟରଜେଣ୍ଟ ଆଦିରେ ୨୮ ପ୍ରତିଶତରୁ କମ୍ ଜିଏସ୍ଟି ଲଗାଯାଇଛି। ୨୮ ପ୍ରତିଶତ ଜିଏସ୍ଟି ଲାଗିଥିବା ୧୭୩ଟି ସାମଗ୍ରୀ ଉପରେ ଜିଏସ୍ଟି କାଉନ୍ସିଲ୍ ବୈଠକ ବସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ୫୦ଟି ସାମଗ୍ରୀ ଉପରେ ୨୮% ଜିଏସ୍ଟି ବଳବତ୍ତର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/sanitary-napkins-sanitary-pads-750x500.jpg)