ଦୀପାବଳି ପାଇଁ ବଜାରକୁ ଆସିଲା ଲକ୍ଷେ ଟଙ୍କିଆ ଚକଲେଟ, ଗିନିଜ ବୁକ ଅଫ ରେକର୍ଡସରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଚକଲେଟର ଦାମ୍ ଲକ୍ଷେ ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଦୀପାବଳି ଅବସରରେ ଫାବେଲ୍ ଆଣିଛି ଏମିତି ଏକ ଚକଲେଟ୍ ଯାହାର ଦାମ୍ ଏକ ଲକ୍ଷ ଟଙ୍କା । ଭାରତୀୟ ଏଫଏମସିଜି କମ୍ପାନୀ ଆଇଟିସି ବଜାରକୁ ଛାଡିଛି ଏହି ଚକଲେଟ୍ ଯାହାକି ସ୍ୱଳ୍ପ ସମୟ ପାଇଁ ଉପଲବ୍ଧ ହେବ ।

ଆଉ ଏହି ଟକଲେଟ୍ କିଣିବାକୁ ହେଲେ ଆପଣଙ୍କୁ ପ୍ରି-ବୁକିଂ କରିବାକୁ ହେବ । ଗୋଟିଏ ଡବାରେ ୧୫ଗ୍ରାମର ୧୫ଟି ଚକଲେଟ୍ ରହିଥିବ ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କା ।

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ୧୦, ୨୦, ୫୦, ୧୦୦ ବା ହଜାରେ ଟଙ୍କିଆ ଚକଲେଟ୍ ଆପଣମାନେ ବି ଖାଇଥିବେ । କିନ୍ତୁ ଏହି ଲକ୍ଷେ ଟଙ୍କାର ଚକଲେଟ୍ ନାଁ ଶୁଣି ଏବେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଭାରତର ଏଫଏମସିଜି କମ୍ପାନୀ ଆଇଟିସି ନିଜର ଚକଲେଟ୍ ବ୍ରାଣ୍ଡ ଫାବେଲର ଟ୍ୟାଗ୍ ଦେଇ ଏହି ଚକଲେଟକୁ ଲଂଚ କରିଛି ।

ଏଥିପାଇଁ କାଠର ଏକ ସ୍ୱତନ୍ତ୍ର ବାକ୍ସ ମଧ୍ୟ ପ୍ରସ୍ତୁତ ହୋଇଛି । ଯେଉଁଥିରେ ୧୫ଟି ଚକଲେଟ୍ ରହିବା ନେଇ ସ୍ଥାନ ରହିଛି । ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛି ଫାବେଲର ଏହି ଚକଲେଟ୍ । ବିଶ୍ୱର ସବୁଠୁ ଦାମୀ ଚକଲେଟ୍ ଭାବେ ଏହି ରେକର୍ଡ ହାତେଇଛି ଫାବେଲ୍ । ପୂର୍ବରୁ ଡେନମାର୍କର ଆର୍ଟିସନ୍ ଫ୍ରିଟଜ୍ ବିଶ୍ୱର ସବୁଠୁ ଦାମିକିଆ ଚକଲେଟ୍ ଥିବା ବେଳେ ଏବେ ଏହି ରେକର୍ଡ ନିଜ ନାଁରେ କରିଛି ଫାବେଲ୍ ଚକଲେଟ୍ସ । ଆର୍ଟିସନ୍ ଫ୍ରିଟଜ୍ର ଏକ କିଲୋଗ୍ରାମ ଚକଲେଟର ଦାମ୍ ୩.୩ ଲକ୍ଷ ଟଙ୍କା ରହିଥିଲା । ମାତ୍ର ଫାବେଲ୍ ଚକଲେଟର ଗୋଟିଏ କିଲୋକୁ ଦାମ୍ ୪ଲକ୍ଷ ଟଙ୍କାରୁ ଅଧିକ ରହିଛି । ଆଉ ଏହି କ୍ରମରେ ବିଶ୍ୱ ରେକର୍ଡ ହାତେଇଛି ଫାବେଲ ଚକଲେଟ୍ସ ।

ସମ୍ବନ୍ଧିତ ଖବର