ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ରେ ହୋଇଥିବା ୧୩ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍ସିଙ୍କ ନାମରେ ପୁଣି ଏକ ୫୨୮୦ କୋଟି ଟଙ୍କାର ଋଣ ଠକେଇ ମାମଲା ସାମ୍ନାକୁ ଆସିଛି। ସିବିଆଇ ପକ୍ଷରୁ ଏହି ମାମଲାର ତଦନ୍ତ କରାଯାଉଛି। ଚୋକ୍ସି ଓ ତାଙ୍କ କଂପାନି ଗୀତାଞ୍ଜଳି ଗ୍ରୁପ୍ ଆଇସିଆଇସିଆଇ ବ୍ୟାଙ୍କ ସମେତ ମୋଟ ୩୧ଟି ବ୍ୟାଙ୍କରୁ ଏହି ଋଣ ନେଇଥିଲେ। ପିଏନ୍ବି ଠକେଇଠାରୁ ଏହି ଠକେଇ ଭିନ୍ନ ପ୍ରକାରର ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ଅନ୍ୟ ଏକ ଘଟଣାକ୍ରମେ ପିଏନ୍ବି ଠକେଇ ମାମଲାରେ ସିବିଆଇ ପକ୍ଷରୁ କାନାରା ବ୍ୟାଙ୍କର ବାହାରେନ୍ ଶାଖାରେ ଥିବା ଦୁଇ ଜଣ ଅଧିକାରୀ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆର ବେଲ୍ଜିୟମ୍ର ଅର୍ନ୍ତେପ୍ଠାରେ ଥିବା ଶାଖାର ଜଣେ ଅଧିକାରୀଙ୍କୁ ପଚରାଉଚୁରା କରାଯାଇଛି। ମେହୁଲଙ୍କ ଭଣଜା ନିରବ ମୋଦି ଏଲ୍ଓୟୁ ଜରିଆରେ ପିଏନ୍ବିରୁ ୧୩ ହଜାର କୋଟି ଟଙ୍କା ଠକି ନେଇଛନ୍ତି। ନିରବ ହେଉଛନ୍ତି ପିଏନ୍ବି ଠକେଇର ମୁଖ୍ୟ ଅଭିଯୁକ୍ତ। ତାଙ୍କୁ ଠକେଇରେ ସହଯୋଗ କରିଥିଲେ ମାମୁଁ ଚୋକ୍ସି । ଉଭୟ ଚୋକ୍ସି ଓ ନିରବ ଚଳିତ ବର୍ଷ ଜାନୁଆରିରେ ଦେଶ ଛାଡ଼ି ଚାଲିଯାଇଛନ୍ତି। ତାଙ୍କୁ ଭାରତ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି।
ଚୋକ୍ସିଙ୍କ ନାଁରେ ପୁଣି ୫୨୮୦ କୋଟିର ଋଣ ଠକେଇ
/sambad/media/post_attachments/wp-content/uploads/2018/04/mehul-choksi_20180211910.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)