ବଲିଉଡ୍‌ ତାରକାଙ୍କୁ ଚୂନ ଲଗାଇଛନ୍ତି ଚୋକ୍‌ସି

ନୂଆଦିଲ୍ଲୀ: ପିଏନ୍‌ବି ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ମାମୁଁ ମେହୁଲ ଚୋକ୍‌ସି ବଲିଉଡ୍‌ର ଅନେକ ତାରକାଙ୍କୁ ଠକିଛନ୍ତି। ନିଜ କଂପାନି ଗୀତାଞ୍ଜଳି ଜେମ୍‌ସର ବିଭିନ୍ନ ବ୍ରାଣ୍ଡ୍‌ର ବିଜ୍ଞାପନ ପାଇଁ ସେ ଅନେକ ବଲିଉଡ୍‌ ତାରକାଙ୍କ ସହ ଚୁକ୍ତି କରିଥିଲେ। କଙ୍ଗନା ରାଣାଓ୍ଵତଙ୍କୁ ‘ନକ୍ଷତ୍ର ଡାଇମଣ୍ଡସ୍‌’ର ବ୍ରାଣ୍ଡ୍‌ ଆମ୍ବାସାଡର କରାଯାଇଥିଲା। କଙ୍ଗନାଙ୍କୁ ତାଙ୍କ ପ୍ରାପ୍ୟ ଦିଆଯାଇନାହିଁ। ତାଙ୍କ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ଏବଂ କ୍ୟାଟରିନା କୈଫ୍‌ ଏହି ବ୍ରାଣ୍ଡ୍‌ର ପ୍ରଚାର କରୁଥିଲେ। ସେହିପରି ବିପାଶା ବସୁଙ୍କୁ ମଧ୍ୟ ଚୋକ୍‌ସି ଠକିଥିବା ଜଣାପଡ଼ିଛି। ବିପାଶାଙ୍କୁ ସେ ‘ଜିଲି’ ପାଇଁ ଗ୍ଲୋବାଲ୍‌ ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ କରିଥିଲେ। ୨୦୦୯-୧୦ରେ ସଙ୍ଗୀନି ଡାଇମଣ୍ଡସ୍‌ ପାଇଁ ସଲମାନ୍‌ ଖାନ୍‌ ଏବଂ କରୀନା କପୁର ମଧ୍ୟ ପ୍ରଚାର କରିଥିଲେ। ଚୋକ୍‌ସିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କିଛି ସେଲିବ୍ରିଟି ବିଚାର କରୁଛନ୍ତି।

ସମ୍ବନ୍ଧିତ ଖବର