ଚୋକ୍‌ସିଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ପିଏନ୍‌ବିରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଋଣ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କୁ ଡୋମିନିକା କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଚିକିତ୍ସା ପାଇଁ ଆଣ୍ଟିଗୁଆ ଆଣ୍ଡ୍ ବରବୁଦା ଯିବା ଲାଗି ତାଙ୍କୁ ଅନୁମତି ଦିଆଯାଇଛି। ୨୦୧୮ରେ ଭାରତ ଛାଡ଼ି ଆଣ୍ଟିଗୁଆ ପଳାଇଥିବା ଚୋକ୍‌ସି ଗତ ମେ’ ମାସରେ ହଠାତ ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ତାଙ୍କୁ ପଡ଼ୋଶୀ ଦେଶ ଡୋମିନିକାରେ ଠାବ କରାଯାଇଥିଲା। ବେଆଇନ ଭା‌ବେ ପ୍ରବେଶ କରିଥିବା ନେଇ ତାଙ୍କ ବିରୋଧରେ ଡୋମିନିକାରେ ମାମଲା ରୁଜୁ ହୋଇଛି। ମେ’ ୨୩ ପରଠାରୁ ସେ ସେଠାରେ ଅଟକ ରହିଛନ୍ତି। ତାଙ୍କୁ ଯୋଜନାବଦ୍ଧ ଭା‌ବେ ଅପହରଣ କରାଯାଇଥିବା‌ ଅଭିଯୋଗ ହୋଇଛି। ଚୋକ୍‌ସିଙ୍କୁ ଡୋମିନିକାରୁ ଆଣିବା ଲାଗି ଭାରତର ଏଜେନ୍ସିଗୁଡ଼ିକ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର