ନୂଆଦିଲ୍ଲୀ : ନେଟ୍ଫ୍ଲିକ୍ସରେ ଆସନ୍ତା ମାସରେ ପ୍ରସାରିତ ହେବାକୁ ଥିବା ସିରିଜ୍ 'ବ୍ୟାଡ୍ ବଏ ବିଲିଓନେୟାର'କୁ ଆଗୁଆ ଦେଖିବା ଲାଗି ପଳାତକ ବ୍ୟାଙ୍କ ଋଣ ଠକ ମେହୁଲ ଚୋକ୍ସିଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଭାରତର ଅନେକ ବିଶିଷ୍ଟ ଶିଳ୍ପପତି କରିଥିବା ଋଣ ଠକେଇ ଉପରେ ଏହି ସିରିଜ୍ ଆଧାରିତ। ନେଟ୍ଫ୍ଲିକ୍ସ ପକ୍ଷରୁ ଜାରି କରାଯାଇଥିବା ପୋଷ୍ଟରରେ ଚୋକ୍ସିଙ୍କ ଭଣଜା ତଥା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ହୋଇଥିବା ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ, ସାହାରା ଗ୍ରୁପ୍ର ସୁବ୍ରତ ରାୟ, କିଙ୍ଗଫିସର ଏୟାରଲାଇନ୍ସର ବିଜୟ ମାଲ୍ୟା ଏବଂ ସତ୍ୟମ୍ର ପ୍ରତିଷ୍ଠାତା ରାମଲିଙ୍ଗା ରାଜୁଙ୍କ ଛବି ରହିଛି।
ନେଟ୍ଫ୍ଲିକ୍ସ ସିରିଜ୍ ବିରୋଧରେ ଚୋକ୍ସିଙ୍କ ଆବେଦନ ଖାରଜ
/sambad/media/post_attachments/wp-content/uploads/2020/08/Mehul-Choksi_-Interpol-Notice.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)