ଆଜିକାଲି ସବୁ ଜିନିଷ ସ୍ମାର୍ଟ ହେବାକୁ ଲାଗିଲାଣି । ଏ ମଧ୍ୟରେ ଦିନକୁ ଦିନ ଦେଶରେ ସ୍ମାର୍ଟଫୋନର ବ୍ୟବହାର ମଧ୍ୟ ବଢ଼ି ଚାଲିଛି । କମ୍ ଦାମ୍ରେ କିଭଳି ଗ୍ରାହକମାନେ ସ୍ମାର୍ଟଫୋନର ଲାଭ ଉଠାଇ ପାରିବେ ସେ ଦିଗ ପ୍ରତି ସବୁ ସ୍ମାର୍ଟଫୋନ କମ୍ପାନି ଧ୍ୟାନ ଦେଉଥିବା ଦେଖା ଯାଉଛି । ଯଦି ଆପଣଙ୍କ ବଜେଟ କମ ଥିବାରୁ ଆପଣ ସ୍ମାର୍ଟଫୋନ କିଣି ପାରୁ ନାହାନ୍ତି, ତେବେ ଆପଣ ଏହି କମ୍ପାନିର ଫୋନ କିଣି ପାରିବେ । ଜଣା ଶୁଣା ବ୍ରାଣ୍ଡର ଫୋନ କିଣିବା ସହ ୪ଜିର ସୁବିଧା ତା’ପୁଣି ୫ହଜାରରୁ କମ୍ ମୂଲ୍ୟରେ । ଆସନ୍ତୁ ଜାଣିବା ସେ ସବୁ ଫୋନ ବିଷୟରେ...
୧. ସର୍ବପ୍ରଥମେ ସାମ୍ନାକୁ ଆସୁଛି ସାଓମି ରେଡ୍ମି ଗୋ ଫୋନ୍ । ଏହି ଫୋନ ୫ଇଞ୍ଚର ଏଚ୍ଡି ଡିସ୍ପ୍ଲେ ସହ ଆସୁଥିବା ବେଳେ ବଜାରରେ ଏହାର ଦାମ୍ ରହିଛି ୪,୪୯୯ । ଏହା ସହ ୧ଜିବି ର୍ୟାମ୍ର ସୁବିଧା ଦିଆ ଯାଇଥିବା ବେଳେ ୮ଜିବିର ଇଣ୍ଟରନାଲ ଷ୍ଟୋରେଜର ସୁବିଧା ଦିଆ ଯାଇଛି । ଫୋନରେ ୮ଏମ୍ପି ରିୟର ଏବଂ ୫ଏମ୍ପି ସେଲଫି କ୍ୟାମେରା ସହ ୩୦୦୦mAh ବ୍ୟାଟେରୀ ପାଓ୍ଵାର ରହିଛି ।
/sambad/media/post_attachments/wp-content/uploads/2019/04/xiaomi-redmi-go-8899-267x300.jpg)
୨. ଦ୍ୱିତୀୟରେ ଆସୁଛି ନୋକିଆ ୧ । ଏଥିରେ ୪.୫ଇଞ୍ଚର ଡିସ୍ପ୍ଲେ ମିଳୁଥିବା ବେଳେ ଏଥିରେ ୧ଜିବି ର୍ୟାମ୍ ଏବଂ ୮ଜିବି ଇଣ୍ଟରନାଲ ଷ୍ଟୋରେଜର ସୁବିଧା ଦିଆଯାଇଛି । ଏଥିରେ ଆପଣ ୫ଏମ୍ପି ରିୟର କ୍ୟାମେରା ଏବଂ ୨ଏମ୍ପି ସେଲଫି କ୍ୟାମେରାର ଲାଭ ଉଠାଇ ପାରିବେ । ଏହା ସହ ଫୋନ୍ରେ ବ୍ୟବହାରକାରୀଙ୍କୁ ୨୧୫୦mAh ବ୍ୟାଟେରୀ ପାଓ୍ଵାର ଦିଆଯାଇଛି ।
/sambad/media/post_attachments/wp-content/uploads/2019/04/nokia-1-3999-300x224.jpg)
୩. ବଜାରରେ ୫ହଜାରରୁ କମ୍ ମୂଲ୍ୟରେ ମିଳୁଛି ୧୦.or D୨ ଫୋନ୍ । ଏଥିରେ ୫.୪୫ ଇଞ୍ଚର ଡିସ୍ପ୍ଲେ ମିଳୁଥିବା ବେଳେ ୨ଜିବି ର୍ୟାମ୍ ଏବଂ ୧୬ଜିବି ଇଣ୍ଟରନାଲ ଷ୍ଟୋରେଜର ସୁବିଧା ଦିଆଯାଇଛି । ଯାହାର ବଜାର ଦାମ୍ ରହିଛି ୪,୪୯୯ ।
/sambad/media/post_attachments/wp-content/uploads/2019/04/10.or-D2-300x225.jpg)