ବେଙ୍ଗାଲୁରୁରେ ସିଆଇଆଇ ଏକ୍ସକନ୍‌ ମେ’ ୧୭ରୁ

ଭୁବନେଶ୍ବର: ଦକ୍ଷିଣ ଏସିଆର ସର୍ବବୃହତ ନିର୍ମାଣ ଉପକରଣ ସୋ’ ସିଆଇଆଇ ଏକ୍ସକନ୍ ଚଳିତ ବର୍ଷ ମେ’ ୧୭ରୁ ୨୨ ପର୍ଯ୍ୟନ୍ତ ବେଙ୍ଗାଲୁରୁର ବେଙ୍ଗାଲୁରୁ ଇଣ୍ଟରନ୍ୟାସନାଲ୍‌ ଏଗ୍‌ଜିଭିସନ ସେଣ୍ଟରରେ ଆୟୋଜିତ ହେବ। ଏହାକୁ ନେଇ ଆଜି ଭୁବନେଶ୍ବରରେ ଏକ ରୋଡ୍ ସୋ’ ଆୟୋଜନ କରାଯାଇଛି। ଏହି ଅବସରରେ ଅତିଥି ଭାବେ ଭୁବନେଶ୍ବର ମେୟର ସୁଲୋଚନା ଦାସ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ଶଶି ଶେଖର ମହାନ୍ତି ଓ ଅନ୍ୟମାନେ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ଏହି ୫ ଦିନିଆ ସମ୍ମିଳନୀକୁ ୩ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ଆୟୋଜନ କରାଯିବ। ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନି, ଇଟାାଲି, ୟୁଏଇ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଶ୍ରୀଲଙ୍କା ଭଳି ଦେଶରୁ ୧୦୦ରୁ ଅଧିକ ପରିଦର୍ଶନକାରୀ ଏଥିରେ ଭାଗ ନେବେ ବୋଲି ଆଶା କରାଯାଉଛି। ମୋଟ ଉପରେ ୪୦ ହଜାର ଲୋକ ଏହି ପ୍ରଦର୍ଶନୀ ପରିଦର୍ଶନ କରିବେ ବୋଲି ଆଶା କରାଯାଉଥିବା ବେଳେ ତାହାର ୧୦-୧୫% ପରିଦର୍ଶନ ଓଡ଼ିଶାରୁ ଯିବେ ବୋଲି ଟୋର୍‌ସା ମେସିନ୍‌ସ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଗୋପି କ୍ରିଷ୍ଣ ମୋରେ କହିଛନ୍ତି।

ସମ୍ବନ୍ଧିତ ଖବର