ମାଛ ଟିକାର ବିକାଶ ପାଇଁ ଆଇଆଇଏଲ-ସିଫା ସହବନ୍ଧନ

ଭୁବନେଶ୍ୱର : ମାଛମାନଙ୍କ ପାଇଁ ଟିକାର ବିକାଶ ପାଇଁ ଇଣ୍ଡିଆନ୍‌ ଇମୁ୍ୟନୋଲୋଜିକାଲ୍ସ ଲିମିଟେଡ (ଆଇଆଇଏଲ) ଭାରତୀୟ କୃଷି  ଗବେଷଣା ପରିଷଦ (ଆଇସିଏଆର)ର ଏକ ପ୍ରତିଷ୍ଠାନ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟଚାଷ ପ୍ରତିଷ୍ଠାନ (ସିଆଇଏଫ୍ଏ) ସହିତ ସହବନ୍ଧନ କରିଛି । ମଧୁର ଜଳ ମାଛରେ ଦେଖାଯାଉଥିବା ହେମୋରହାଜିକ ସେପ୍‌ଟିସେମିଆ ବା ଏରୋମୋନାସ୍‌ ସେପ୍‌ଟିସେମିଆ, ଅଲ୍‌ସର ରୋଗ ଅଥବା ରେଡ-ସୋର୍‌ ରୋଗ ବିରୁଦ୍ଧରେ ଲଢେଇ କରିବା ନିମନ୍ତେ ଏହି ଟିକାର ବ୍ୟବସାୟିକ ଉଦେ୍ଦଶ୍ୟରେ ବିକାଶ କରାଯିବ ।

ମଧୁର ଜଳ ମତ୍ସ୍ୟଚାଷ ଭାରତୀୟ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ମତ୍ସ୍ୟ କ୍ଷେତ୍ର ଦେଶରେ ପ୍ରାୟ ୨୮ ନିୟୁତ ଲୋକଙ୍କ ପାଇଁ ଜୀବିକା ଉପାର୍ଜନର ସାଧନ ହୋଇଛି । ବିଶ୍ୱସ୍ତରରେ ଭାରତ ତୃତୀୟ ସର୍ବବୃହତ ମତ୍ସ୍ୟ ଉତ୍ପାଦନକାରୀ ଏବଂ ଭାରତର ୬୫%ରୁ ଅଧିକ ପରିମାଣର ମାଛ ଭୂଭାଗରେ ଥିବା ଜଳାଶୟ ଏବଂ ମଧୁର ଜଳ ମତ୍ସ୍ୟଚାଷ ଦ୍ୱାରା ଉତ୍ପାଦିତ ହେଉଛି । ବିଶ୍ୱସ୍ତରରେ ମଧୁରଜଳ ମତ୍ସ୍ୟଚାଷ ପ୍ରତି ଦେଖାଦେଉଥିବା ମୁଖ୍ୟ ସମସ୍ୟା ହେଉଛି ରୋଗ ଏବଂ ମଧୁର ଜଳରେ ଚାଷ କରାଯାଉଥିବା ସମସ୍ତ ମାଛ ମଧ୍ୟରୁ ୨୦% ସଂକ୍ରାମକ ରୋଗ କାରଣରୁ ମୃତୁ୍ୟଘଟୁଥିବା ଆକଳନ କରାଯାଇଛି, ଯାହାଦ୍ୱାରା ବିଶ୍ୱସ୍ତରରେ ବାର୍ଷିକ ପ୍ରାୟ ୧୦ ବିଲିଅନ ଡଲାର ମୂଲ୍ୟର କ୍ଷତି ବୋଲି ହିସାବ କରାଯାଇଛି ।

ଏହି ଅବସରରେ ପ୍ରକାଶ କରି ଆଇଆଇଏଲର ପରିଚାଳନା ନିର୍ଦ୍ଦେଶକ ଡ.କେ ଆନନ୍ଦ କୁମାର, ମ୍ୟାନେଜିଂ ଡାଇରେକ୍ଟର, ଇଣ୍ଡିଆନ ଇମୁ୍ୟନୋଲୋଜିକାଲ୍ସ ଲିମିଟେଡ କହିଛନ୍ତି, “ଆଇଆଇଏଲ୍‌ ଭାରତରେ ପ୍ରଥମ ଥର ପାଇଁ ମାଛ ଟିକା ଉତ୍ପାଦନ କରିବାକୁ ଯାଉଛି । ପ୍ରଥମ ଭାବରେ ଏହା କରିବା ନେଇ ସମ୍ପୃକ୍ତ ଆହ୍ୱାନଗୁଡିକ ପ୍ରତି ଆମେ ସଚେତନ ରହିଛୁ, ତାହାର କାରଣ ହେଉଛି ଅନ୍ୟ ଅନେକ ଗୋସମ୍ପଦ ଟିକା ପ୍ରସ୍ତୁତି କ୍ଷେତ୍ରରେ ଆମେ ନିୟୋଜିତ ରହିଛୁ । ଭାରତରେ ମତ୍ସ୍ୟ ଟିକାର ବ୍ୟବସାୟିକ ବିକାଶ ନିମନ୍ତେ ମାର୍ଗ ନିରୂପଣ କ୍ଷେତ୍ରରେ ଆମେ ବିଭିନ୍ନ ଦିଗରୁ କାର୍ଯ୍ୟ କରୁଛୁ ।”

ସମ୍ବନ୍ଧିତ ଖବର