ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନି ନାଲ୍କୋ ଏହାର ସମ୍ପ୍ରସାରଣ ଯୋଜନାର ପୁନର୍ବିଚାର କରିପାରେ। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି ନାଲକୋର ନୂଆ ଅଧ୍ୟକ୍ଷ ଶ୍ରୀଧର ପାତ୍ର। ତେବେ ଏସବୁ ଯୋଜନାକୁ ବୋର୍ଡ ସମ୍ମୁଖରେ ରଖାଯିବାକୁ ଥିବାରୁ ଏ ନେଇ ସବିଶେଷ ସୂଚନା ସେ ଦେବାକୁ ମନା କରିଦେଇଛନ୍ତି। ଆମେ ସମ୍ପ୍ରସାରଣ ଯୋଜନାର ପୁନର୍ବିଚାର କରୁଛୁ। ଯେଉଁସବୁ ଦୀର୍ଘମିଆଦୀ ଯୋଜନା କରାଯାଇଥାଏ ତାହାକୁ ୧୦ରୁ ୧୫ ବର୍ଷ ପାଇଁ ଆକଳନ କରାଯାଇ ପାରିବ ନାହିଁ। କାରଣ ଅନ୍ୟସବୁ ବିଷୟ ସେହି ଅନୁଯାୟୀ ସହାୟକ ହୋଇ ନଥାଏ ବୋଲି ଶ୍ରୀ ପାତ୍ର କହିଛନ୍ତି। ତେଣୁ ସେଗୁଡ଼ିକର ପୁନଃଯୋଜନା କରିବାକୁ ପଡ଼ିଥାଏ। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ କମ୍ପାନି ୩୦ ହଜାର କୋଟି ଟଙ୍କାର ନିବେଶ ସମ୍ପର୍କରେ ଘୋଷଣା କରିଥିଲା। ୪ ବର୍ଷର ସମୟ ଅବଧିରେ ଏହି ନିବେଶ କରାଯିବା ଯୋଜନା ରହିଛି। ସମ୍ପ୍ରସାରଣ ସମେତ ଅନେକ ନୂଆ ପ୍ରକଳ୍ପ ଆରମ୍ଭ ପାଇଁ ଏହି ଅର୍ଥ ନିବେଶ ହୋଇଥାନ୍ତା। କମ୍ପାନି ବର୍ତ୍ତମାନ ଯେଉଁ ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନେଇଛି ସେଗୁଡ଼ିକ ମଧ୍ୟରେ ଦାମନଯୋଡ଼ି ଏବଂ ଅନୁଗୁଳରେ ଦୁଇଟି ପ୍ରକଳ୍ପ ରହିଛି। କମ୍ପାନି ଦାମନଯୋଡ଼ିରେ ପ୍ରାୟ ୫୫୪୦ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୧ ନିୟୁତ ଟନ୍ ବିଶିଷ୍ଟ ୫ମ ଆଲୁମିନା ବିଶୋଧନ ଷ୍ଟ୍ରିମ୍ ସ୍ଥାପନ ଚଳାଇଛି। ଏହାର ନିର୍ମାଣ ଆସନ୍ତା ୨୦୨୧ ଏପ୍ରିଲ ସୁଦ୍ଧା ଶେଷ ହେବା ଆଶା ରହିଛି। ସେହିଭଳି ଅନୁଗୁଳଠାରେ ୯୦୦୦ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୬ ଲକ୍ଷ ଟନ୍ ବିଶିଷ୍ଟ ଏକ ସ୍ମେଲଟର ନିର୍ମାଣ କାର୍ଯ୍ୟ ମଧ୍ୟ କମ୍ପାନି ହାତକୁ ନେଇଛି।
ଭାରତୀୟ ଶିଳ୍ପ ମହାସଂଘର ସମ୍ମିଳନୀ: ସମ୍ପ୍ରସାରଣ ଯୋଜନାର ପୁନର୍ବିଚାର କରିପାରେ ନାଲ୍କୋ
/sambad/media/post_attachments/wp-content/uploads/2019/12/dghjdgj7gdj987dg8j4g65j4g6j4sd654gjdjdgjgdjdgjgdjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)