ହାଇଟେକ୍ ଇଷ୍ଟେଟ୍‌ସ୍‌, ରାଜଧାନୀ ସିଷ୍ଟମ୍ କ୍ଷତିଗ୍ରସ୍ତ ଜମାକାରୀଙ୍କ ଠାରୁ ଦାବି ଦରଖାସ୍ତ ଆହ୍ବାନ

ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଜୁଲାଇ ୧୯

ଭୁବନେଶ୍ବର : କ୍ଷତିଗ୍ରସ୍ତ ଜମାକାରୀଙ୍କ ଠାରୁ ଅନ୍‌ଲାଇନ୍‌ରେ ଦାବି ଦରଖାସ୍ତ ଆହ୍ବାନ କରିବା ଲାଗି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଜୁନ୍ ୪ରେ www.opid.odisha.gov.in ନାମକ ନୂଆ ୱେବସାଇଟ୍‌ ପ୍ରଚଳନ କରିଥିଲେ। ପ୍ରାରମ୍ଭରେ ହାଇଟେକ୍ ଇଷ୍ଟେଟ୍‌ସ ଆଣ୍ଡ୍‌ ପ୍ରମୋଟର୍ସ ଓ ‌ରାଜଧାନୀ ସିଷ୍ଟମ୍ ଆଣ୍ଡ୍‌ ଇଷ୍ଟେଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କଂପାନିର କଲ୍ୟାଣବିହାର ଫେଜ୍-୨, ଭାଗ୍ୟନଗର, କୁଞ୍ଜବିହାର ଓ ପୁଷ୍ପାଞ୍ଜଳି ଏନ୍‌କ୍ଲେଭ୍ ଯୋଜନାରେ ବାସୋପଯୋଗୀ ଜମି ପାଇଁ ଟଙ୍କା ଜମା ଦେଇ କୌଣସି ଜମି ପାଇନଥିବା କିମ୍ବା ଜମା ରାଶି ଫେରସ୍ତ ପାଇନଥିବା ଜମାକାରୀଙ୍କ ଠାରୁ ଅନଲାଇନ୍‌ରେ ଦାବି ଦରଖାସ୍ତ ଆହ୍ବାନ କରାଯାଉଛି। ଇତ ମଧ୍ୟରେ ୧୩୦୦ରୁ ଅଧିକ ଜମାକାରୀ ଦାବି ଦରଖାସ୍ତ ଦାଖଲ କରିସାରିଲେଣି। ଏହି ଆବେଦନ କରିବାର ଶେ‌ଷ ତାରିଖ ହେଉଛି ଜୁଲାଇ ୧୯। ଅଫ୍‌ଲାଇନ୍‌ରେ କୌଣସି ଦାବି ଦରଖାସ୍ତ ବିଚାରକୁ ନିଆଯିବ ନାହିଁ। କ୍ଷତିଗ୍ରସ୍ତ ଜମାକାରୀମାନେ ନିଜ ଘରୁ କିମ୍ବା ନିକଟସ୍ଥ ମୋ ସେବା କେନ୍ଦ୍ରର ସହାୟତା ନେଇ ଦାବି ଦରଖାସ୍ତ ଦାଖଲ କରିପାରିବେ। ଏ ବିଷୟରେ କୌଣସି ସମସ୍ୟା ସାମ୍ନା କଲେ ଜମାକାରୀମାନେ ଟୋଲ୍‌ ଫ୍ରି ନମ୍ବର ୧୮୦୦୩୪୫୬୭୭୦ କିମ୍ବା ୧୫୫୩୩୫ରେ ରବିବାର ବ୍ୟତୀତ ଅନ୍ୟ ଦିନଗୁଡ଼ିକରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୬ଟା ମଧ୍ୟରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର