ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁ କର୍ପୋରେଟ୍ ଜଗତ ବିଶେଷ ଭାବେ ଲାଭବାନ ହୋଇଛି। ଏହି ଅଭିଯାନ ଆରମ୍ଭ ହେବା ପରେ ଦେଶରେ ଘର ନିର୍ମାଣରେ ବ୍ୟବହୃତ ହେଉଥିବା ସାମଗ୍ରୀ, ବାଥ୍ରୁମ୍ ଫିଟିଙ୍ଗ୍ ଓ ସାନିଟାରି ଓୟାର୍ ବିକ୍ରିରେ ଜବରଦସ୍ତ ବୃଦ୍ଧି ହୋଇଛି।
ଘର ନିର୍ମାଣ ସାମଗ୍ରୀଗୁଡ଼ିକ ବିକ୍ରିରେ ୮୧% ବୃଦ୍ଧି ହୋଇଥିବା ବେଳେ ବାଥ୍ରୁମ୍ ଓ ସାନିଟାରି ଉପକରଣ ବିକ୍ରିରେ ୪୮% ବୃଦ୍ଧି ହୋଇଛି। ୟୁରୋମନିଟର୍ ଇଣ୍ଟରନ୍ୟାସନାଲ୍ ନାମକ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ସ୍ୱଚ୍ଛ ଭାରତ ଯୋଗୁଁ ଟାଟା ଗ୍ରୁପ୍ ଭଳି ସ୍ୱଦେଶୀ କଂପାନିଠାରୁ ଆରମ୍ଭ କରି ରେକିଟ୍ ଆଣ୍ଡ୍ ବେନ୍କାଇଜର୍ ଭଳି ବିଦେଶୀ କଂପାନି ପର୍ଯ୍ୟନ୍ତ ସମେସ୍ତ ଲାଭବାନ ହୋଇଛନ୍ତି।
ସ୍ୱଚ୍ଛ ଭାରତ ଅଭିଯାନରେ ୨୦ ବିଲିଅନ୍ ଡଲାର ବିନିଯୋଗରେ ପାଞ୍ଚ ବର୍ଷ ଭିତରେ ୧୦ କୋଟି ଶୌଚାଳୟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥି ମଧ୍ୟରୁ ପାଖାପାଖି ୮ କୋଟି ଶୌଚାଳୟ ନିମାଣ କରାଯାଇସାରିଲାଣି। ବଳକା ଶୌଚାଳୟଗୁଡ଼ିକ ୨୦୧୯ ଅକ୍ଟୋବର ୨ ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ସ୍ୱଚ୍ଛ ଭାରତ ପ୍ରଭାବରେ ଶୌଚାଳୟ ନିର୍ମାଣ ଭିତ୍ତିକ ବଜାର ମଧ୍ୟ ବଡ଼ ହୋଇଛି। ୨୦୨୧ ସୁଦ୍ଧା ଏହି ବଜାର ପରିମାଣ ଦୁଇ ଗୁଣା ବୃଦ୍ଧି ହୋଇ ୬୨ ବିଲିଅନ୍ ଡଲାରରେ ପହଞ୍ଚିଯିବ ବୋଲି ଆକଳନ କରାଯାଇଛି। ସ୍ୱଚ୍ଛତା ପ୍ରତି ଲୋକମାନେ ଅଧିକ ଧ୍ୟାନ ଦେଉଥିବାରୁ କଂପାନିଗୁଡ଼ିକ ସେଥିରୁ ଲାଭ ପାଇବାକୁ ଆଶା ରଖିଛନ୍ତି। ଅଧିକାଂଶ କଂପାନି ନିଜ ବିଜ୍ଞାପନରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।
ସ୍ୱଚ୍ଛ ଭାରତ ପାଇଁ କଂପାନି ମାଲାମାଲ୍ : ବାଥରୁମ୍ ଓ ସାନିଟାରି ଉପକରଣ ବିକ୍ରି ବଢ଼ିଲା
/sambad/media/post_attachments/wp-content/uploads/2018/08/Exeter-Images-On-Bathroom-Stores.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)