ନୂଆଦିଲ୍ଲୀ: ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଓ ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହାର ସଂଯୋଜକ ରହିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍। କର୍ଣ୍ଣାଟକ, ହରିଆନା, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର କୃଷି, ଗ୍ରାମୀଣ ବିକାଶ ଓ ପଞ୍ଜାୟତିରାଜ ମନ୍ତ୍ରୀ ଏହି କମିଟିର ସଦସ୍ୟ ରହିବେ। ଏ ବିଷୟରେ ନିତି ଆୟୋଗ ତରଫରୁ ଆଜି ସୂଚନା ପ୍ରଦାନ କରାଯାଇଛି। ସଦସ୍ୟ ସଚିବ ହେବେ ନିତି ଆୟୋଗ ସଦସ୍ୟ ରମେଶ ଚାନ୍ଦ। କମିଟି ଏହାର ରିପୋର୍ଟ ଦୁଇ ମାସ ଭିତରେ ଦାଖଲ କରିବେ। କମିଟି ପାଇଁ ଟର୍ମ ଅଫ ରେଫରେନ୍ସ ମଧ୍ୟ ଜାରି କରାଯାଇଛି। ନିର୍ଦି‌ଷ୍ଟ ସମୟ ସୀମାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ରୂପାୟନ କରିବା ପାଇଁ କମିଟି ସୁପାରିସ ପ୍ରଦାନ କରିବ।