କୋଇଲା ସଙ୍କଟ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଓସ୍‌ମି

ଭୁବନେଶ୍ବର: ରାଜ୍ୟର କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ (ସିପିପି)ଗୁଡ଼ିକରେ ଦେଖାଦେଇଥିବା କୋଇଲା ସଙ୍କଟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ନିଯୁକ୍ତ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରିଛି। ଏହି ସଙ୍କଟର ସମାଧାନ କରିବା ଦିଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ରାଜ୍ୟର ଅନ୍ୟତମ ଶିଳ୍ପ ସଂଘ ଓଡ଼ିଶା ଆସେମ୍ବଲି ଅଫ୍‌ ସ୍ମଲ ଆଣ୍ଡ୍‌ ମିଡିୟମ୍ ଏଣ୍ଟରପ୍ରାଇଜେସ୍‌ (ଓସ୍‌ମି) ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରାଯାଇଛି। ଓସ୍‌ମିର ମହାସଚିବ ସାତ୍ତ୍ବିକ ସ୍ବାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ ନିରନ୍ତର କୋଇଲା ଯୋଗାଣ ହେଉନଥିବାରୁ ସ୍ଥାନୀୟ ଶିଳ୍ପ ତିଷ୍ଠି ରହିବା କଷ୍ଟକର ହୋଇପଡ଼ିଛି। ହଜାର ହଜାର ଏମ୍ଏସ୍‌ଏମ୍ଇ ବନ୍ଦ ହୋଇଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ୨୦୨୧ ଅଗଷ୍ଟ ପରଠାରୁ ସିପିପିଗୁଡ଼ିକ ଆବଶ୍ୟକ କୋଇଲାର ମାତ୍ର ୪୦-୫୦% ପାଉଛନ୍ତି। ସ୍ଥିତିର ଗମ୍ଭୀରତାକୁ ବୁଝି ତୁରନ୍ତ କୋଇଲା ଓ ରେକ୍ ଯୋଗାଣ ସ୍ବାଭାବିକ କରିବାକୁ ଶ୍ରୀ ସ୍ବାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର