ନୂଆଦିଲ୍ଲୀ: ଭାରତରେ ୪୩ ହଜାର ନିୟୁତ ଟନ୍ କୋଇଲା ଉତ୍ତୋଳନ କରାଯାଇପାରିବ। ଦେଶରେ କୋଇଲା ସଂରକ୍ଷଣକୁ ନେଇ କେନ୍ଦ୍ର କୋଇଲା ମନ୍ତ୍ରାଳୟ ଦ୍ବାରା କରାଯାଇଥିବା ଆକଳନରୁ ଏହି ତଥ୍ୟ ସାମନାକୁ ଆସିଛି। ଭାରତରେ କେତେ କୋଇଲା ଅଛି ସେ ସମ୍ପର୍କରେ ଆକଳନ କରିବା ପାଇଁ ସିଏମ୍ପିଡିଆଇ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟି ଏହାର ରିପୋର୍ଟକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛି। ରିପୋର୍ଟରେ ୬୦୦ ମିଟରରୁ ଅଧିକ ଗଭୀରତାରୁ କୋଇଲା ବାହାର କରିବାର ସମ୍ଭାବନା ବହୁତ କମ୍ ବୋଲି କୁହାଯାଇଛି।
ଏହା ସହ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଓ ବୃହତ୍ ଜନସଂଖ୍ୟା ବିଶିଷ୍ଟ ସହରରୁ ମଧ୍ୟ କୋଇଲା ବାହାର କରିବା ସମ୍ଭବ ନୁହେଁ। ରିପୋର୍ଟରେ ଦେଶରେ ପାଖାପାଖି ୪୩ ହଜାର ନିୟୁତ ଟନ୍ କୋଇଲା ବିଭିନ୍ନ ସ୍ଥିତିରେ ଉତ୍ତୋଳନଯୋଗ୍ୟ। ଓପନ୍ କାଷ୍ଟ ଜରିଆରେ ଖଣିରୁ ମୋଟ ଗଚ୍ଛିତ କୋଇଲାର ୪୬ରୁ ୭୦ ପ୍ରତିଶତ ବାହାର କରାଯାଇପାରିବ। ଏସବୁର ଗଭୀରତା ୨୦୦ରୁ ୩୦୦ ମିଟର ହୋଇଥାଏ। ସେହଭଳି ଅଣ୍ଡରଗ୍ରାଉଣ୍ଡ ଖଣିରୁ ୬୦୦ ମିଟର ଗଭୀରତା ପର୍ଯ୍ୟନ୍ତ କୋଇଲା ବାହାର କରାଯାଇପାରିବ। ଏହା ମୋଟ ଗଚ୍ଛିତ କୋଇଲାରୁ ୧୮ ରୁ ୩୦ ପ୍ରତିଶତ ହୋଇପାରିବ ବୋଲି ରିପୋର୍ଟରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/mining.jpg)