କୋଇଲା ଶ୍ରମିକଙ୍କ ଧର୍ମଘଟ ୨୪ରେ

କୋଲକାତା: କୋଇଲା ଖଣିରେ ୧୦୦ ପ୍ରତିଶତ ଏଫଡିଆଇ ଅନୁମତି ପ୍ରଦାନ ପାଇଁ ନିକଟରେ ସରକାର ନେଇଥିବା ନିଷ୍ପତ୍ତିରେ ଶ୍ରମିକ ସଂଗଠନଗୁଡ଼ିକ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋଲ୍ ଇଣ୍ଡିଆ ଲିମିଟେଡ, ସିଙ୍ଗାରେନି କୋଲିଆରିଜ୍ କମ୍ପାନି ଲିମିଟେଡ ଏବଂ ଅନ୍ୟ ରାଷ୍ଟ୍ରାୟତ୍ତ କୋଇଲା କମ୍ପାନିର ପ୍ରାୟ ୫୦ ଲକ୍ଷରୁ ଅଧିକ ଶ୍ରମିକ ଆସନ୍ତା ୨୪ ତାରିଖରେ ଧର୍ମଘଟ ଡାକରା ଦେଇଛନ୍ତି। ଆଇଏନଟିୟୁସି, ଏଆଇଟିୟୁସି, ସିଟୁ, ଏଚ୍‌ଏମ୍‌ଏସ୍‌ ଏବଂ ଆଇଆଇସିସିଟିୟୁ ସମେତ ଅନ୍ୟ ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଘଠନ ଗୁଡ଼ିକ ଏହି ଧର୍ମଘଟକୁ ସମର୍ଥନ କରିବେ ବୋଲି ଜଣାଯାଇଛି। ସରକାର ତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଲାଗି ସଂଗଠନ ଗୁଡ଼ିକ ଦାବି କରିଛନ୍ତି। ସେମାନଙ୍କ ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର