ନ୍ୟୁୟର୍କ: କୋଭିଡ୍-୧୯ ମହାମାରୀ ପରବର୍ତ୍ତୀ ମାନ୍ଦା ବଜାରରେ ନିଜର ପରିସ୍ଥିତିକୁ ସଜାଡ଼ିବା ନିମନ୍ତେ ‘କୋକା-କୋଲା’ କମ୍ପାନି ଯୁକ୍ତରାଷ୍ଟ୍ର ଆମେରିକାରେ ୧୨୦୦ ଚାକିରି ସମେତ ବିଶ୍ୱବ୍ୟାପୀ ୨୨୦୦ ଚାକିରି କାଟ କରିବ। ମହାମାରୀ କାରଣରୁ ସିନେମା ହଲ୍, ବାର୍ ଏବଂ ଷ୍ଟାଡିୟମ୍ ଭଳି ମୃଦୁପାନୀୟ ବିକ୍ରୟସ୍ଥଳୀ ସବୁ ବନ୍ଦ ରହିବାରୁ କମ୍ପାନି ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛି।
ଗୁରୁବାର ଦିନ ଇ-ମେଲ୍ ଯୋଗେ କମ୍ପାନିର ଜଣେ ମୁଖପାତ୍ର କହିଛନ୍ତି, କମ୍ପାନିର ସମୁଦାୟ କର୍ମଚାରୀଙ୍କ ମଧ୍ୟରୁ ୨.୬% କର୍ମଚାରୀ ହ୍ରାସ କରାଯିବ। ଏବର୍ଷ ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକାରେ ୧୦,୪୦୦ କର୍ମଚାରୀଙ୍କ ସମେତ ବିଶ୍ୱବ୍ୟାପୀ ୮୬, ୨୦୦ କର୍ମଚାରୀ ଥିଲେ।
Image Courtesy of Hindustan Timesପ୍ରଥମେ ସ୍ୱେଚ୍ଛାକୃତ ଅବସର ପାଇଁ କମ୍ପାନି ବ୍ୟବସ୍ଥା କରିଥିଲେ ବି କିଛି ମାତ୍ରାରେ ଅଣସ୍ୱେଚ୍ଛାକୃତ ଚାକିରି ହ୍ରାସ କରିବା ଆବଶ୍ୟକ ପଡ଼ିଲା ବୋଲି ସେ କହିଛନ୍ତି। ମହାମାରୀ ଆରମ୍ଭର ଯଥେଷ୍ଟ ପୂର୍ବରୁ ଏହି ଚାକିରି କାଟ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ମହାମାରୀ କାରଣରୁ ନୁହେଁ, କମ୍ପାନିର ଦ୍ରୁତ ଅଗ୍ରଗତି ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି।
ଆୟ ୮.୭ ବିଲିୟନ୍ ଡଲାର୍ କମିଯିବାରୁ ଏବର୍ଷ ସେପ୍ଟେମ୍ବର ସୁଦ୍ଧା କୋକା-କୋଲାର ଲାଭାଂଶ ୩୩% ବା ୧.୭ ବିଲିୟନ୍ ଡଲାର୍ ହ୍ରାସ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/cc.jpg)