ମୁଦ୍ରାସ୍ଫୀତି ସାଢ଼େ ୪ ବର୍ଷ ମଧ୍ୟରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ପାଇକାରୀ ମୁଦ୍ରାସ୍ଫୀତି ଗତ ୪ ବର୍ଷ ୬ ମାସ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିଛି। ଜୁନ୍‌ରେ ପାଇକାରୀ ମୁଦ୍ରାସ୍ଫୀତି ହାର ୫.୭୭ ପ୍ରତିଶତକୁ ବୃଦ୍ଧି ପାଇଛି। ପନିପରିବା ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତିରେ ଏହି ବୃଦ୍ଧି ଘଟିିଛି। ଫଳରେ ଆସନ୍ତା ମାସରେ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମୀକ୍ଷା ସମୟରେ ରେପୋ ରେଟ୍‌ ପୁଣି ବଢ଼ାଇବା ସମ୍ଭାବନା ସୃଷ୍ଟି ହୋଇଛି। ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି କମିଟିର ଆଗାମୀ ବୈଠକ ଚଳିତମାସ ୩୦ ତାରିଖରୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗତମାସରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ଦୀର୍ଘ ୪ ବର୍ଷରୁ ଊର୍ଧ୍ୱ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ବୃଦ୍ଧି କରିଥିଲା। ରେପୋ ରେଟ୍‌ରେ ୦.୨୫% ବୃଦ୍ଧି କରାଯାଇ ୬.୨୫%ରେ ରଖାଯାଇଛି।

ସମ୍ବନ୍ଧିତ ଖବର