କୋଲ୍‌ଗେଟ୍‌ର ନୂଆ ଟିଭି ବିଜ୍ଞାପନ

ଭୁବନେଶ୍ବର: କୋଲଗେଟ୍-ପାମୋଲିଭ୍ ଇଣ୍ଡିଆ ଲିମିଟେଡ ପକ୍ଷରୁ କୋଲଗେଟ୍‌ର ‘ଅନ୍ଦର ସେ ‌ଷ୍ଟ୍ରଙ୍ଗ୍’ (ଭିତରୁ ସୁଦୃଢ଼) ନାମରେ ନୂଆ ଟିଭି ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। କ୍ରିକେଟ ଖେଳାଳି ମହେନ୍ଦ୍ର ସିଂହ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀ ସିଂହଙ୍କୁ ନେଇ ଏହି ନୂଆ ବିଜ୍ଞାପନ ପ୍ରସ୍ତୁତ ହୋଇଛି। ଏଥିରେ କୋଲଗେଟ୍‌ ଟୁଥପେଷ୍ଟ ପ୍ରାକୃତିକ କ୍ୟାଲସିୟମ ‌ପ୍ରଦାନ କରି ଦାନ୍ତକୁ ସୁଦୃଢ଼ କରୁଥିବା ଦର୍ଶାଯାଇଛି। କମ୍ପାନି ଏମଡି ଇସାମ ବଚଲାନି କୁହନ୍ତି, ଏହି ବିଜ୍ଞାପନ ମାଧ୍ୟମରେ କମ୍ପାନି ଗ୍ରାହକମାନଙ୍କୁ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଅତ୍ୟାଧୁନିକ ଟୁଥପେଷ୍ଟ ପ୍ରଦାନ କରୁଥିବା ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣିତ କରିଛି।

ସମ୍ବନ୍ଧିତ ଖବର