ଅଫିସ ଆସ, ନହେଲେ ଚାକିରି ଛାଡ଼: ମସ୍କ

ନୂଆଦିଲ୍ଲୀ : ଅଫିସ ଆସି କାମ କରିବା ଲାଗି ‌ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ତଥା ଟେସ୍‌ଲାର ସିଇଓ ଏଲନ୍ ମସ୍କ କର୍ମଚାରୀମାନଙ୍କୁ କହିଛନ୍ତି। ଯେଉଁମାନେ ଅଫିସ ଆସିବାକୁ ଚାହୁନାହାନ୍ତି ସେମାନେ ଚାକିରି ଛାଡ଼ନ୍ତୁ ବୋଲି ସେ କହିଛନ୍ତି। କଂପାନିର ଷ୍ଟାଫ୍‌ମାନଙ୍କୁ ସେ ପଠାଇଥିବା ଏକ ଇ-ମେଲ୍‌ରେ ଲେଖିଛନ୍ତି ଯେ ବାହାରେ ରହି କାମ କରିବା ଗ୍ରହଣୀୟ ନୁହେଁ। ଯେଉଁମାନେ ବାହାରେ ରହି କାମ କରିବାକୁ ଚାହୁଛନ୍ତି ସେମାନଙ୍କୁ ଅତିକମ୍‌ରେ ସପ୍ତାହକୁ ୪୦ ଘଣ୍ଟା ଅଫିସରେ ବିତାଇବାକୁ ପଡ଼ିବ, ଅନ୍ୟଥା ସେମାନେ ଟେସ୍‌ଲା ଛାଡ଼ିପାରନ୍ତି। ଅଫିସ ଅର୍ଥ କୌଣସି ଶାଖା କାର୍ଯ୍ୟାଳୟ ନୁହେଁ, ବରଂ ମୁଖ୍ୟ କାର୍ଯ୍ୟାଳୟ ବୋଲି ସେ କହିଛନ୍ତି।

ଏହି ଇ-ମେଲ୍‌ର ସତ୍ୟତା ବିଷୟରେ ମସ୍କ କିଛି ସ୍ପଷ୍ଟ କରିନାହାନ୍ତି। କର୍ମଚାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ମସ୍କଙ୍କ ପାଇଁ କିଛି ନୂଆ କଥା ନୁହେଁ। ସ୍ପେସ୍ ଏକ୍ସପ୍ଲୋରେସନ୍ ଟେକ୍ନୋଲୋଜି କର୍ପୋରେସନରେ କାମ କରୁଥିବା କିଛି ଶିକ୍ଷାନବିଶଙ୍କୁ କଫି ପାଇଁ ଅପେକ୍ଷା କରିଥିବା ଦେଖି ସେ ଉତ୍‌କ୍ଷୀପ୍ତ ହୋଇପଡ଼ିଥିଲେ। ତାହା ଉତ୍ପାଦକତା ଉପରେ ପ୍ରଭାବ ପକାଇବ ବୋଲି ସେ ଭାବୁଛନ୍ତି। ଯନଦି ଆଉଥରେ ସେଭଳି ଘଟଣା ଘଟିବ ସମସ୍ତଙ୍କୁ ବିଦା କରାଯିବ ବୋଲି ସେ ଧମକ ଦେଇଥିଲେ ଓ କର୍ମଚାରୀଙ୍କ ଉପରେ ନଜର ରଖିବା ଲାଗି ସିସିଟିଭି ଲଗାଇଥିଲେ। ଚୀନ୍‌ର ସାଂଘାଇରେ ଥିବା କାରଖାନାରେ ସେ କର୍ମଚାରୀମାନଙ୍କୁ କାରଖାନା ଭିତରେ ବନ୍ଦ କରିଦେଇଥିଲେ ଓ ସପ୍ତାହକୁ ୬ ଦିନ ଓ ଦିନକୁ ୧୨ ଘଣ୍ଟା କାମ କରାଉଥିଲେ। କିଛି କର୍ମଚାରୀ କାରଖାନା ଚଟାଣରେ ଶୋଇପଡ଼ୁଥିଲେ। କୋଭିଡ୍‌କୁ ଦୂରେଇ ରଖିବା ଓ କାର୍ ଉତ୍ପାଦନ ଜାରି ରଖିବା ଲାଗି ସେ ଏଭଳି କଠୋର ପଦକ୍ଷେପ ନେଇଥିଲେ।

ସମ୍ବନ୍ଧିତ ଖବର