ଆସୁଛି ପାର୍ବଣ ସେଲ୍‌: ୪ରୁ ଆମାଜନ୍‌, ୩ରୁ ଫ୍ଲିପକାର୍ଟ

ନୂଆଦିଲ୍ଲୀ: ଦଶହରା ଏବଂ ଦୀପାବଳି ସମୟରେ ଭାରତରେ ଲୋକମାନେ ଅଧିକ ମାତ୍ରାରେ କିଣାକିଣି କରନ୍ତି। ଇଲେକ୍ଟ୍ରୋନିକ୍ସ, ମୋବାଇଲ ଫୋନ କମ୍ପାନି ଆଦି ଅନେକ ଉତ୍ପାଦ ମଧ୍ୟ ଏହି ସମୟରେ ବଜାରକୁ ଆଣିଥାନ୍ତି। ଆକର୍ଷଣୀୟ ଅଫର ଗ୍ରାହକଙ୍କୁ ଉଭୟ ଅଫଲାଇନ ଓ ଅନଲାଇନରେ ପ୍ରଦାନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଅନଲାଇନରେ ସାମଗ୍ରୀ ବିକ୍ରି କରୁଥିବା ଆମାଜନ୍ ଏବଂ ଫ୍ଲିପକାର୍ଟ ଏହି ସମୟରେ ସେମାନଙ୍କ ସ୍ବତନ୍ତ୍ର ସେଲ୍‌ ଘୋଷଣା କରିଛନ୍ତି।

ଫ୍ଲିପକାର୍ଟ ଦି ବିଗ୍ ବିଲିଅନ ଡେ ସେଲ୍ ନାମରେ ଏହାର ଅଫର୍ ଆଣିଥାଏ। ସେହିଭଳି ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ନାମରେ ଅଫର୍ ଦେଇଥାଏ। ଚଳିତବର୍ଷ ପାଇଁ ଆମାଜନର ଗ୍ରେଟ୍ ଇଣ୍ଡିଆନ୍ ସେଲ୍‌ ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ। ତେବେ ଏହା ଗତବର୍ଷ ପରି ଏହା ଏକମାସ ଧରି ଚାଲିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଫ୍ଲିପକାର୍ଟ ପକ୍ଷରୁ ବିଗ୍ ବିଲିଅନ ଡେ ସେଲ୍ ଅକ୍ଟୋବର ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ୮ ଦିନ ପାଇଁ ଚାଲିବ ବୋଲି ଘୋଷଣା କରାଯାଇଛି। ଗ୍ରାହକମାନଙ୍କୁ ୧୦ ପ୍ରତିଶତ ଇନଷ୍ଟାଣ୍ଟ୍ ଡିସକାଉଣ୍ଟ ଦେବା ଲାଗି ଆମାଜନ ଚଳିତବର୍ଷ ଏଚଡିଏଫସି ବ୍ୟାଙ୍କ ସହିତ ଏବଂ ପ୍ଲିପକାର୍ଟ ଆକ୍ସିସ ଓ ଆଇସିଆଇସିଆଇ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରିଛି।

ପେଟିଏମ୍‌ ୱାଲେଟ ଓ ୟୁପିଆଇ କାରବାରରେ ଫ୍ଲିପକାର୍ଟ ନିଶ୍ଚିତ କ୍ୟାସବ୍ୟାକ୍ ପ୍ରଦାନ କରିବାକୁ ଥିବାବେଳେ ଆମାଜନ ପେକୁ ବ୍ୟବହାର କରୁଥିବା ଗ୍ରାହକମାନେ ୟୁଟିଲିଟି ବିଲ, ଟିକଟ ବୁକିଂ ଏବଂ ଟଙ୍କା ପଠାଇବା ବେଳେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ। ଉଭୟ ସେମାନଙ୍କ ପ୍ରାଇମ୍‌ ଗ୍ରାହକଙ୍କୁ ଆଗୁଆ ଦିପାବଳି ସେଲ୍‌ରେ ସାମଗ୍ରୀ କିଣିବା ସୁଯୋଗ ଦେବେ। ଫ୍ଲିପକାର୍ଟ କେତେକ ବ୍ରାଣ୍ଡ୍‌କୁ ସୁପରଷ୍ଟାର୍ ବ୍ରାଣ୍ଡ୍‌ ଭାବେ ପ୍ରଚାର କରୁଛି। ଏହି ବ୍ରାଣ୍ଡ୍‌ଗୁଡ଼ିକ ଉପରେ ୪୦ରୁ ୮୦% ପର୍ଯ୍ୟନ୍ତ ରିହାତି ମିଳିବ। ଆପଲ ଆଇଫୋନ ଉପରେ ଉଭୟ ଆକର୍ଷଣୀୟ ଡିଲ୍ ଘୋଷଣା କରିବେ। ଚଳିତମାସ ୨୭ରେ ଫ୍ଲିପକାର୍ଟ ଏବଂ ୨୮ରେ ଆମାଜନ୍ ଏହି ଅଫର ସଂପର୍କରେ ଘୋଷଣା କରିବ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୭୦% ପର୍ଯ୍ୟନ୍ତ ରିହାତି ମିଳିବ। ଗ୍ରାହକମାନେ ମୋ‌ବାଇଲ ଆସେସୋରିଜ୍ ଏବଂ ୱିୟରବେଲ୍‌ସ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇବେ।

ସମ୍ବନ୍ଧିତ ଖବର