ନୂଆଦିଲ୍ଲୀ: ଆସନ୍ତା ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଡାଭୋସ ବିଶ୍ବ ଅର୍ଥନୈତିକ ସମ୍ମିଳନୀରେ ଭାରତର ନେତୃତ୍ବ ନେବେ କେନ୍ଦ୍ର ରେଳ, ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ। ଗୋୟଲଙ୍କ ସହିତ ଜାହାଜ ଚଳାଚଳ, ରସାୟନ ଏବଂ ସାର ବିଭାଗ ରାଷ୍ଟ୍ରମନ୍ତ୍ରୀ ମନସୁଖ ଏଲ ମାଣ୍ଡଭିୟ, କର୍ଣ୍ଣାଟକ ଏବଂ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ, ପଞ୍ଜାବର ଅର୍ଥମନ୍ତ୍ରୀ ଏବଂ ତେଲେଙ୍ଗାନାର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଡାଭୋସ ଯିବେ। ଗୋୟଲ ବିଶ୍ବ ଅର୍ଥନୈତିକ ଫୋରମ୍ର ୫୦ତମ ସମ୍ମିଳନୀରେ ଯେଗାଦେବା ସହିତ ବିଭିନ୍ନ କମ୍ପାନିର ସିଇଓଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିବେ। ଏଠାରେ ବିଶ୍ବ ବାଣିଜ୍ୟ ସଂଗଠନର ସଦସ୍ୟ ଦେଶମାନଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ହେବାକୁ ଥିବା ଅଣ ଆନୁଷ୍ଠାନିକ ବୈଠକରେ ମଧ୍ୟ ଗୋୟଲ ଯୋଗଦେବେ। ଏଥିସହିତ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ରୁଷିଆ, ସାଉଦି ଆରବ, ସ୍ବିଜରଲ୍ୟାଣ୍ଡ, କୋରିଆ ଏବଂ ସିଙ୍ଗାପୁରର ମନ୍ତ୍ରୀମାନଙ୍କ ସହିତ ଗୋୟଲଙ୍କର ଦ୍ବିପାକ୍ଷିକ ସାକ୍ଷାତ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି।
ଡାଭୋସ ସମ୍ମିଳନୀ ପାଇଁ ଭାରତର ନେତୃତ୍ବ ନେବେ ଗୋୟଲ
/sambad/media/post_attachments/wp-content/uploads/2020/01/images-26.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)