ବାଣିଜ୍ୟକର, ଜିଏସ୍‌ଟି ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଓଡିଶା କମିସନର୍ ଅଫ୍ ବାଣିଜ୍ୟ କର ଏବଂ ଜିଏସ୍‌ଟି ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଦୁଇଦିନିଆ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି କମିସନର ସୁଶୀଲ କୁମାର ଲୋହାନି ଉଦଘାଟନ କରିଛନ୍ତି। ବିଭାଗୀୟ ଅଧିକାରୀମାନେ ଆନ୍ତରିକତାର ସହ ଏହି ପ୍ରଶିକ୍ଷଣର ସୁଯୋଗ ନେବା ପାଇଁ ସେ ଅନୁରୋଧ କରିଥିଲେ। ଏଥିରେ ଓଡିଶାର ବାଣିଜ୍ୟ କର ଏବଂ ଜିଏସ୍‌ଟିର ୨୨୦ ଅଧିକାରୀ ଯୋଗ ଦେଇଥିଲେ।

ରିଅଲ୍ ଇଷ୍ଟେଟ୍‌‌ରେ ଜିଏସ୍‌ଟି, କମ୍ପାନିର ଆର୍ଥିକ ବିବରଣୀ ବିଶ୍ଳେଷଣ, ବ୍ୟବହାର କର-ଭାରତର ଅନ୍ତର୍ଜାତୀୟ ଯୋଗଦାନ, ଯାଞ୍ଚ ଏବଂ ରିଟର୍ଣ୍ଣର ବିଶ୍ଳେଷଣ ଓ ଜିଏସ୍‌ଟି ଦୃଷ୍ଟିକୋଣ ସହିତ ଆର୍ଥିକ ବିବରଣୀଗୁଡିକର ଅଡିଟ୍ ଏବଂ ବିଶ୍ଳେଷଣ ଆଦି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ଅବସରରେ ଆଇସିଏଆଇ ଜିଏସ୍‌ଟି କମିଟିର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପି, ଉପାଧ୍ୟକ୍ଷ ଉମେଶ ରାମନାରାୟଣ ଶର୍ମା, ସ୍ୱତନ୍ତ୍ର କମିସନର ସୌର୍ଯ୍ୟରଞ୍ଜନ ମିଶ୍ର , ଅତିରିକ୍ତ କମିସନର ନିହାର ରଂଜନ ନାୟକ, ଆଇସିଏଆଇ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ରଂଜନ କୁମାର ପୃଷ୍ଟି , ବିଦାୟୀ ଅଧ୍ୟକ୍ଷ ବିଶ୍ୱ ରଂଜନ ସୂତାର, ଆଇସିଏଆଇର ଭୁବନେଶ୍ୱର ଶାଖା ସଚିବ ଗଗନ ବିହାରୀ ଦାସ, ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଏବଂ ତଥା ଇଆଇସିଏଏସ୍‌ଏର ଅଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର