ଟ. ୯୧.୫୦ କମିଲା ବ୍ୟାବସାୟିକ ଏଲ୍‌.ପି.ଜି. ସିଲିଣ୍ଡର୍‌ ଦର: ରିପୋର୍ଟ

ନୂଆଦିଲ୍ଲୀ: ଆଜିଠାରୁ ବ୍ୟାବସାୟିକ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ୧୯ କିଲୋଗ୍ରାମ୍‌ବିଶିଷ୍ଟ ‘ଲିକ୍ବିଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌’ (ଏଲ୍‌ପିଜି) ସିଲିଣ୍ଡର୍‌ ପିଛା ମୂଲ୍ୟ ଟ. ୯୧.୫୦ ହ୍ରାସ ପାଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରାପ୍ତ ରିପୋର୍ଟ ଅନୁସାରେ, ତୈଳ କମ୍ପାନିମାନେ ବ୍ୟାବସାୟିକ ଏଲ୍‌.ପି.ଜି. ସିଲିଣ୍ଡର୍‌ ଦର ୨୦୨୨ ସେପ୍ଟେମ୍ବର ୧ରୁ ଟ. ୯୧.୫୦ ହ୍ରାସ ପାଇଛି। ଉକ୍ତ ରିପୋର୍ଟ ଅନୁସାରେ, ପୁରୁଣା ଦର ଟ. ୧୯୯୫.୫୦ ଥିବା ବେଳେ ଏବେ ୧୯ କେ.ଜି. ବ୍ୟାବସାୟିକ ସିଲିଣ୍ଡର୍‌ର ଦର ଟ. ୧୮୮୫/- ପଡ଼ିବ।

Image Courtesy of News18

ସେହିପରି, କୋଲ୍‌କାତାରେ ଟ. ୨୦୯୫.୫୦ ଥିବା ବ୍ୟାବସାୟିକ ଏଲ୍‌.ପି.ଜି. ସିଲିଣ୍ଡର୍‌ ଦର ଏବେ ଟ. ୧୯୯୫.୫୦। ପୂର୍ବରୁ ମୁମ୍ବାଇରେ ଟ. ୧୯୩୬.୫୦ ଥିବା ଏଲ୍‌.ପି.ଜି. ସିଲିଣ୍ଡର୍‌ ଆଜିଠାରୁ ଟ. ୧୮୪୪/- ଏବଂ ଚେନ୍ନାଇରେ ଟ. ୨୧୪୧/- ଥିବା ଏଲ୍‌.ପି.ଜି. ସିଲିଣ୍ଡର୍‌ ଆଜିଠୁ ଟ. ୨୦୫୪/-।

ବ୍ୟାବସାୟିକ ଏଲ୍‌.ପି.ଜି. ସିଲିଣ୍ଡର୍‌ ଦର ହ୍ରାସ ରେସ୍ତୋରାଁ, ଭୋଜନାଳୟ ଏବଂ ଚା ଦୋକାନ ଆଦି ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପାଇଁ କିଛି ପରିମାଣର ଆଶ୍ବସ୍ତି ଆଣି ଦେଇଛି। କାରଣ ଉପରୋକ୍ତ ପ୍ରତି‌ଷ୍ଠାନ ସବୁ ୧୯ କେ.ଜି. ଏଲ୍‌.ପି.ଜି. ସିଲିଣ୍ଡର୍‌ର ସର୍ବାଧିକ ବ୍ୟବହାରକାରୀ ଅଟନ୍ତି।

କିନ୍ତୁ, ଘରୋଇ ରନ୍ଧନ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଏଲ୍‌.ପି.ଜି. ସିଲିଣ୍ଡର୍‌ ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ।

ସମ୍ବନ୍ଧିତ ଖବର