ନୂଆଦିଲ୍ଲୀ: ସରକାରୀ କମ୍ପାନିଗୁଡ଼ିକ ଆଜି ବାଣିଜ୍ୟିକ ଏଲ୍ପିଜି ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି। ୧୯.୨ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ଦାମ ଦିଲ୍ଲୀରେ ୯୧ ଟଙ୍କା ୫୦ ପଇସା ହ୍ରାସ ପାଇ ୨୦୨୮ ଟଙ୍କା ରହିଛି। ଅନ୍ୟପକ୍ଷରେ ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପେଟ୍ରୋଲିୟମ ଏବଂ ତୈଳ ବିପଣନ କମ୍ପାନିଗୁଡ଼ିକ ଗତ ମାର୍ଚ୍ଚ ୧ ତାରିଖରେ ବାଣିଜ୍ୟିକ ଏଲ୍ପିଜି ମୂଲ୍ୟରେ ୩୫୦ ଟଙ୍କା ୫୦ ପଇସା ଏବଂ ଘରୋଇ ଏଲପିଜି ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଥିଲେ। ଭୁବନେଶ୍ବରରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୟୁନିଟ ପିଛା ପ୍ରାୟ ୮୫ ଟଙ୍କା ହ୍ରାସ ପାଇଛି। ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲପିଜି ମୂଲ୍ୟ ଭୁବନେଶ୍ବରରେ ୨୧୬୭ ଟଙ୍କା ୫୦ ପଇସାକୁ ଖସିଆସିଛି। ପୂର୍ବରୁ ଏହା ୨୨୫୨ ଟଙ୍କା ରହିଥିଲା। ଅନ୍ୟପକ୍ଷରେ ଭୁବନେଶ୍ବରରେ ୧୪.୨ କିଗ୍ରା ବିଶିଷ୍ଟ ଏଲପିଜି ମୂଲ୍ୟ ୧୧୨୯ ଟଙ୍କାରେ ଅପରିବର୍ତ୍ତିତ ରହିଛି।
ବାଣିଜ୍ୟିକ ଏଲ୍ପିଜି ଦାମ୍ କମିଲା, ଭୁବନେଶ୍ବରରେ ୮୫ ଟଙ୍କା
/sambad/media/post_attachments/wp-content/uploads/2022/10/lpg1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)